Home > ସଂମ୍ପୂର୍ଣ୍ଣ ଖବର
ଲାଇନଚ୍ୟୁତ ହୋଇ ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ, ୩ ମୃତ
Khabar Odisha:State-Odisha-Samaleswari-Express-accident
ରାୟଗଡ଼ା, ଜୁନ ୨୫(ଖବର ଓଡ଼ିଶା):

ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସରେ ଦୁର୍ଘଟଣା ସହ ଅଗ୍ନିକାଣ୍ଡ ଘଟିଛି । ବିପରୀତ ଦିଗରେ ଆସୁଥିବା ଏକ ଇଞ୍ଜିନ ଧକ୍କାରେ ଟ୍ରେନ ଲାଇନଚ୍ୟୁତ ହେବା ସହ ବଗିରେ ନିଆଁ ଲାଗିଛି । 

ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ – କେଉଟଗୁଡ଼ା ରେଳ ଷ୍ଟେସନ ମଝିରେ  ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମଲେଶ୍ୱରୀ ଏକ୍ସପ୍ରେସକୁ  ବିପରୀତ ଦିଗରେ ଆସୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ ଧକ୍କା ଦେଇଥିଲା । ଏହି ଧକ୍କା ହେବା ଫଳରେ ସମଲେଶ୍ୱରୀ ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହେବା ସହ  ଇଞ୍ଜିନରେ ନିଆଁ ଲାଗିଛି । ଫଳରେ ଟ୍ରେନରେ ଥିବା କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହୁରିମଧ୍ୟ  ମେଂଟେନାନ୍ସ ଇଂଜିନିୟର ମୃତ୍ୟୁବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ପ୍ରକୃତ ମୃତାହତ ନେଇ କୌଣସୀ ସ୍ପଷ୍ଟ ଖବର ମିଳିପାରି ନାହିଁ  । ତେବେ ଟ୍ରେନର ଲଗେଜ ଭ୍ୟାନ ଓ ଗୋଟିଏ ଜେନେରାଲ କୋଚ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀ ନିୟୋଜିତ କରାଯାଇଛି ।

ଏହି ଅଘଟଣ ପାଇଁ ସିଙ୍ଗାପୁର ଓ କେଉଟଗୁଡା ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି ା କର୍ତବ୍ୟରେ ଅବହେଳା କରିଥିବାରୁ ରେଳ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ା ଅପରପକ୍ଷେ ଘଟଣାସ୍ଥଳରେ ବିଶାଖାପାଟଣାରୁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଆସି ପହଁଚିଛନ୍ତି ା ରାୟଗଡା ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଘଟଣାସ୍ଥଳରେ ଆସି ପହଁଚିଛନ୍ତି ା

  • Tags: