Home > ସଂମ୍ପୂର୍ଣ୍ଣ ଖବର
ନୟାଗଡ଼ : ଗାଁରେ କଙ୍ଗାରୁ କୋର୍ଟ, ଚୋର ସନ୍ଦେହରେ ଗୋଟିଏ ପରିବାରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ
Khabar Odisha:State-Odisha-Superstion-Attack-on-one-family-for-theft
ନୟାଗଡ଼, ଜୁନ ୧୨ (ଖବର ଓଡ଼ିଶା):

ନୟାଗଡ଼ ଜିଲ୍ଲାରେ ଅନ୍ଧବିସ୍ୱାସ ଆଜି ବି ରହିଛି । ଗାଁରେ ଚୋର ଧରିବାକୁ ଯାଇ ସନ୍ଦେହରେ ଗୋଟିଏ ପରିବାରକୁ ମାଡ଼ ମାରିବା ଅଭିଯୋଗ ଆସିଛି ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଗଡ଼ ଗାଁରେ ଚୋରି ହୋଇଥିଲା । ପୋଲିସ ଚୋର ଧରିନ ପାରିବାରୁ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ଗ୍ରାମସଭା ନିଷ୍ପତିକ୍ରମେ ଚୋର ଧରିବାକୁ ଗାଁରେ ଖଟ ବୁଲା ଯାଇଥିଲା । ପରେ ଚୋରି ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ କରି ନିସ୍ତୁକ ମାଡ଼ ହୋଇଛି । ଏହି ଆକ୍ରମଣରେ ପରିବାରର ଦୁଇଜଣ ଆହତ ହୋଇପଡ଼ିଛନ୍ତି ।

 ଆହତଙ୍କୁ ଚିକିତ୍ସା ପାଇଁ ରାସୁନାଖଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ପରିବାର ଲୋକେ ଗାଁ ଲୋକଙ୍କ ମାଡ଼ ଭୟରେ ଗାଁକୁ ଆସିପାରୁନାହାଁନ୍ତି । ରାଜସୁନାଖଳା ଫାଣ୍ଡିରେ ପୀଡ଼ିତ ପରିବାର ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • Tags: