Home > ସଂମ୍ପୂର୍ଣ୍ଣ ଖବର
ତାଲା ବନ୍ଦର ଫାଇଦା ଉଠାଉଛନ୍ତି ବ୍ୟବସାୟୀ, ପରିବା ଓ ଆମିଷ ଦର ଏବେ ଆକାଶଛୁଆଁ
Khabar Odisha:State-Odisha-Vegitables-price-hike-for-Corona
ଭୁବନେଶ୍ୱର, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

କରୋନା ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ତେବେ ତାଲା ବନ୍ଦ ମଉକାର ଫାଇଦା ଉଠାଉଛନ୍ତି ଖୁଚୁରା ପରିବା ବେପାରୀ ଓ ଆମିଷ ବ୍ୟବସାୟୀ । ଚଢା ଦରରେ ପରିବା ବିକ୍ରି କରୁଛନ୍ତି ବେପାରୀ ।
ପରିବାର ମନଇଚ୍ଛା ଦର କରୁଛନ୍ତି ଖୁଚୁରା ବେପାରୀ । ସେହିପରି ଘଡ଼ି ଘଡ଼ିକେ ଆମିଷର ଦର ନିର୍ଦ୍ଧାରଣ ହେଉଛି । ତାଲା ବନ୍ଦ ସମୟରେ କେବଳ ଅତ୍ୟାବଶକୀୟ ଜିନିଷ ଯଥା ପରିବା ଦୋକାନ , ମେଡ଼ିସିନ ଓ ଆମିଷ ତଥା ମାଛ, ମାଂସ ଦୋକାନ ଆଦି ଖୋଲା ରହିଛି । ଏହାର ଫାଇଦା ନେଇ ଖାଉଟିଙ୍କୁ ଶୋଷୁଛନ୍ତି ବେପାରୀ । ତେବେ ପରିବା ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ଆକାଶପାତାଳ ଫରକ୍ ରହୁଛି । ପାଇକାରୀ ଦର ‌କିଏ କେଉଁଠି ନିର୍ଦ୍ଧାରଣ କରୁଛି, ତାହା ଖାଉଟି ଜାଣିବା ସମ୍ଭବ ହେଉନାହିଁ । ସେହିପରି ଆମିଷ ଭାଉ ମଧ୍ୟ ବଢିଛି । ଫଳରେ ବାଧ୍ୟ ହୋଇ ଖାଉଟି ପେଟ ଟିକକ ପାଇଁ ଚଢା ଦରରେ ମଧ ପରିବା ଓ ଆମିଷ କିଣି ଘରକୁ ନେଉଛନ୍ତି । କିିଛି ସ୍ଥାନରେ ଏପରି ଘଟୁଥିବା ସାଧାରଣ ଖାଉଟି ଅଭିଯୋଗ କରୁଛନ୍ତି ।
 

  • Tags: