Home > ସଂମ୍ପୂର୍ଣ୍ଣ ଖବର
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
Khabar Odisha:State-Odisha-Vigilance-raid-on-assistant-engineers-home
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ପୁଣି ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗୀର ପିଏଚଡି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦୁରିଆଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । 

ସୂଚନାନୁସାରେ, ବଲାଙ୍ଗୀର ପିଏଚଡି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦୁରିଆଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଟିମ ଏହି ଚଢାଉ କରିଛି। ଆଜି ଭିଜିଲାନ୍ସର ଟିମ ଅଶୋକଙ୍କ ବଲାଙ୍ଗୀର ଅଫିସ, ବାରିପଦାରେ ିବା ପୈତୃକ ଘର, ବାସଭବନ ଓ ଶ୍ୱଶୁର ଘର ସମେତ ଭୁବନେଶ୍ୱରରେ ଥିବା ଏକ ଘରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ ଅଶୋକଙ୍କ ଘରେ ଯାଂଚ ଜାରି ରହିଛି । ତେବେ ଯାଂଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ସହ ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡ଼ିଛି । ଚଢାଉ ଶେଷ ହୋଇ ନଥିବାରୁ ତାଙ୍କର କେତେ ପରିମାଣର ସମ୍ପତି ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

  • Tags: