Home > ସଂମ୍ପୂର୍ଣ୍ଣ ଖବର
ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ରାଜ୍ୟରେ ଆହୁରି ୩ଦିନ ପ୍ରବଳ ବର୍ଷିବ
Khabar Odisha:State-Odisha-heavy-rain-fall-alert-for-3days-in-Odisha
ଭୁବନେଶ୍ୱର, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ପାଖ ଅଂଚଳରେ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୩ଦିନ ଯାଏଁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇସାରିଛି । ଏହାର ପ୍ରଭାବ ଆସନ୍ତା ୩ଦିନ ରହିବ । ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ୁଥିବାରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ଅରେଞ୍ଜ ଆଲର୍ଟରେ ଥିବା ଭଦ୍ରକ, ଯାଜପୁର, ବାଲେଶ୍ୱର, ଢେଙ୍କାନାଳ, ମୟୂରଭଞ୍ଜ,କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହିପରି ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । 

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା କାରଣରୁ ଆସନ୍ତା ୩ଦିନ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଏହି ସମୟରେ ସମୁଦ୍ର ଭିତରକୁ ନ ପଶିବାକୁ ପରାମର୍ଶ ଜାରି କରିଛି ପାଣିପାଗ ବିଭାଗ ।

  • Tags: