Home > ସଂମ୍ପୂର୍ଣ୍ଣ ଖବର
ସର୍ବଭାରତୀୟ ସ୍ୱାସ୍ଥ୍ୟସେବା ଇଣ୍ଡେକ୍ସରେ ତଳକୁ ଖସିଲା ଓଡିଶା
Khabar Odisha:State-Odisha-odisha-bring-down-one-spot-in-the-health-index
ଭୁବନେଶ୍ୱର, ଜୁନ୍ ୨୫(ଖବର ଓଡିଶା):

ସର୍ବଭାରତୀୟ ସ୍ୱାସ୍ଥ୍ୟସେବା ଇଣ୍ଡେକ୍ସରେ ଓଡିଶାକୁ ଲାଗିଛି ବଡ ଝଟକା । ନିକଟରେ ପ୍ରକାଶିତ ସର୍ବଭାରତୀୟ ସ୍ୱାସ୍ଥ୍ୟସେବା ଇଣ୍ଡେକ୍ସରେ ଓଡିଶାର ସ୍ଥାନ ପୂର୍ବାପେକ୍ଷା ତଳକୁ ଖସିଛି । ଯାହା ଓଡିଶା ପାଇଁ ବହୁତ ବଡ ଚିନ୍ତାର କାରଣ ପାଲଟିଛି । ଏଥିରୁ ପ୍ରମାଣିତ ହେଉଛି ଯେ, ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଜନସାଧାରଣଙ୍କ ନିକଟରେ ସଠିକ ଭାବେ ପହଞ୍ଚାଇବାରେ ବିଫଳ ହୋଇଛନ୍ତି । 

ନିତି ଆୟୋଗ ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଓଡିଶାର ସ୍ୱାସ୍ଥ୍ୟସେବା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସର୍ବଭାରତୀୟ ସ୍ୱାସ୍ଥ୍ୟସେବା ଇଣ୍ଡେକ୍ସରେ ଗତ ଥର ଓଡିଶାର ସ୍ଥାନ ୧୮ ତମ ରହିଥିବା ବେଳେ ଚଳିତ ତାଲିକାରେ ଓଡିଶା ଗୋଟିଏ ସ୍ଥାନ ତଳକୁ ଖସି ୧୯ ତମ ସ୍ଥାନରେ ରହିଛି । ଦେଶର ୨୧ଟି ବଡ ରାଜ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ତାଲିକାର ୧୯ ତମ ସ୍ଥାନରେ ରହିଛି ଓଡିଶା । 

ଓଡିଶା ତଳକୁ ରହିଥିବା ଦୁଇଟି ରାଜ୍ୟ ହେଉଛନ୍ତି ବିହାର ଓ ଉତ୍ତର ପ୍ରଦେଶ । ତେବେ ଏହି ତାଲିକାର ଶୀର୍ଷରେ ରହିଛି କେରଳ । ଗତ ବର୍ଷ ମଧ୍ୟ କେରଳ ଏହି ତାଲିକାର ଶୀର୍ଷରେ ରହିଥିଲା । କେରଳ ପରେ ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ଓ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି । ତେବେ ପାଖାପାଖି ଶେଷରେ ଓଡିଶାର ସ୍ଥିତିକୁ ଦେଖିଲେ ରାଜ୍ୟର ଚିନ୍ତାକୁ ବଢାଇଥିବା ବେଳେ, ଗତ ବର୍ଷ ଅପେକ୍ଷା ଗୋଟିଏ ସ୍ଥାନ ତଳକୁ ଖସିବା ଏହି ଚିନ୍ତାକୁ ଦ୍ୱିଗୁଣିତ କରିଛି ।