Home > ସଂମ୍ପୂର୍ଣ୍ଣ ଖବର
୨ ମାସ ପରେ ରାଜ୍ୟରେ ବସ ସେବା ଆରମ୍ଭ, ବରମୁଣ୍ଡାରୁ ୧୫ ଜଣ ଯାତ୍ରୀ ଗଲେ ବୌଦ୍ଧ
Khabar Odisha:State-Odisha-private-bus-operate-in-state-15-passanger-goes-to-Boudh-from-Bhubaneswar

ଭୁବନେଶ୍ୱର, ମେ ୨୮ (ଖବର ଓଡ଼ିଶା): ରାଜ୍ୟ ସରକାର ଓ ଘରୋଇ ବସ ସଂଘର ସହମତି ପରେ ଆଜିଠାରୁ ବସ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି । କରୋନା ଭାଇରସ ପାଇଁ ଦେଶରେ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ ହେବା ପରେ ସାଧାରଣ ବସ ପରିବହନ ସେବା ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଆଜି ସକାଳୁ ସ୍ଥାନୀୟ ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡରୁ ଏକ ବସ ବୌଦ୍ଧ ଅଭିମୁଖେ ବାହାରିଛନ୍ତି । ବସଟି ଛାଡ଼ିବା ପୂର୍ବରୁ ସାଇଟାଇଜ କରାଯାଇଥିଲା । ଏହା ପରେ ଏଥିରେ ୧୫ ଜଣ ଯାତ୍ରୀ ବସିଥିଲେ । 

ତେବେ ବସ ସେବା ଆରମ୍ଭ ହୋଇଥିଲେ ବି ଏବେ ଏହା ବ୍ୟବସ୍ଥିତ ହୋଇପାରି ନାହିଁ । କାରଣ ଯେଉଁଠି ବସ ଅଛି ସେଠାରେ ଯାତ୍ରୀ ଅଥବା ବସ ଡ୍ରାଇଭର ନାହିଁ । ଫଳରେ ପୂର୍ବଭଳି ବ୍ୟବସ୍ଥିତ ଭାବରେ ବସ ଚଳାଚଳ କରିବାକୁ ସମୟ ଲାଗିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । 

ଭୁବନେଶ୍ୱରରୁ ଯଦିଓ ବସ ସେବା ବାହାର ଜିଲ୍ଲାକୁ ଆରମ୍ଭ ହୋଇଛି, ଅନ୍ୟ ଜିଲ୍ଲାରେ ଏହା ଏବେ ଅସୁବିଧା ରହିଛି । କଟକସ୍ଥିତ ବାଦାମବାଡ଼ି ବସଷ୍ଟାଣ୍ଡରେ ଯାତ୍ରୀ ଅଛନ୍ତି କିନ୍ତୁ ବସ ନାହିିଁ । ଫଳରେ ଯାତ୍ରୀମାନଙ୍କର ଘରକୁ ଯିବା ଆଶା ମଉଳିଛି ।  ବାଲେଶ୍ୱର ବସଷ୍ଟାଣ୍ଡରେ ମଧ୍ୟ ବସ ଥିଲେ ବି ଏଠାରେ ବସ ନାହିଁ । ସେହିପରି ଜୟପୁର ଓ ରାଉରକେଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏଠାରେ ବସ କର୍ମଚାରୀ ନାହାନ୍ତି । 

 

  • Tags: