Home > ସଂମ୍ପୂର୍ଣ୍ଣ ଖବର
ଆଇଓସିଏଲ ସହ ବୁଝାମଣା କାର୍ଯ୍ୟକାଳର ବଡ଼ ସଫଳତା,ଏଥିରୁ ଓଡ଼ିଶାକୁ ଅଢେଇ ହଜାର କୋଟି ଟଙ୍କା ଅଧିକ ମିଳୁଛି
Khabar Odisha:State-odisha--agreement-with-iocl-is-big-achievement-for-me-as-a-tenture-of-chief-secretary-of-Odisha
ସୁନ୍ଦରଗଡ଼,ଅଗଷ୍ଟ୧୭(ଖବର ଓଡ଼ିଶା):

 ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିବା ପରେ  ଆଦିତ୍ୟ ପ୍ରସାଦ ପାଢୀ ସମ୍ଭବତ ଆସନ୍ତା ୧୯ ତାରିଖରେ ନୂତନ ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି। ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ଦେଇ ନିଜ ସଫଳତା ବଖାଣିଛନ୍ତି। ମୁଖ୍ୟ ଶାସନ ଭାବେ କାର୍ଯ୍ୟକାଳ ସମୟରେ ଆଇଓସିଏଲ ସହ ବୁଝାମଣାକୁ ସେ ବଡ଼ ସଫଳତା କହିଛନ୍ତି। 

ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ଆଇଓସିଏଲ ସହ ବୁଝାମଣା ପରେ ରାଜ୍ୟ ସରକାରଙ୍କୁ ଦୁଇରୁ ଅଢେଇ ହଜାର କୋଟି ଟଙ୍କା ଅଧିକ ମିଳୁଛି। ସେ ଏହା ମଧ୍ୟ କହିଛନ୍ତି ୩ ବର୍ଷ ଆଠ ମାସରେ ବିଭିନ୍ନ ବିଭାଗ ସହ ସମନ୍ଵୟ ରଖି କାମ କରିଛି। ତୃଣମୂଳ ସ୍ତରରେ ଯୋଜନା କେମିତି ପହଞ୍ଚିବ ଏବଂ ଲୋକେ କେମିତି ଲାଭାନ୍ଵିତ  ହେବେ ସେ ନେଇ କାମ କରିଛୁ। 

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ଵରେ ଅନେକ ବିକାଶମୂଳକ କାମ  ହୋଇଛି। ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟକୁ ଅନେକ ସଫଳତା ମିଳିଛି। ଏତଦ୍ ବ୍ୟତୀତ ସ୍ଵାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ, କ୍ରୀଡ଼ା କ୍ଷେତ୍ରରେ ରାଜ୍ୟକୁ ବହୁ ସଫଳତା ମିଳିଛି। 

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଶନ ଭାବେ ନିଯୁକ୍ତ ଦେବା ପରେ ୧୯୮୩ ବ୍ୟାଚର ଆଇଏଏସ ଅଧିକାରୀ ଆଦିତ୍ୟ ପାଢୀ ଅଗଷ୍ଟ ୧୪ରେ ନିଜ ପଦରୁ ସ୍ଵେଚ୍ଛାକୃତ ଇସ୍ତଫା ଦେଇଥିଲେ। ସେ ଆସନ୍ତା ଫେବୃଆରୀରେ ଅବସର ନେଇଥାନ୍ତେ।