Home > ସଂମ୍ପୂର୍ଣ୍ଣ ଖବର
ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପରେ ସ୍ଵେଚ୍ଛାକୃତ ଅବସର ନେଲେ ଆଦିତ୍ୟ ପାଢୀ
Khabar Odisha:State-odisha-chief-secretary-Aditya-prasad-Padhi-took-VRS-from-his-post
ଭୁବନେଶ୍ୱର, ଅଗଷ୍ଟ ୧୪(ଖବର ଓଡ଼ିଶା):

 ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିବା ପରେ  ସ୍ଵେଚ୍ଛାକୃତ ଭାବେ ଅବସର ନେଇଛନ୍ତି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ନୂତନ ନିଯୁକ୍ତିକୁ ଅନୁମୋଦନ ମିଳିବା ପରେ ସେ ମୁଖ୍ୟ ସଚିବ ପଦରୁ ଅବସର ନେଇଛନ୍ତି। ଏବେ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି। 

ଓଡ଼ିଶାରେ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କରି ଗାଦୀରେ ବସିବା ପରେ ବିଜେଡ଼ି ସୁପ୍ରିମୋ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳବଦଳ କରୁଛନ୍ତି । ଏହି କ୍ରମରେ ଆଜି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । 

ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି ପାଇଁ ରାଜ୍ୟପାଳ ଡ. ଗଣେଶୀ ଲାଲ ଅନୁମୋଦନ ଦେଇଛନ୍ତି । ଆଦିତ୍ୟ ପାଢୀଙ୍କ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିବା ପରେ ଏବେ ମୁଖ୍ୟ ଶାସନ ସଚିବ ପଦରେ କାହାକୁ ଦାୟିତ୍ୱ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଦିତ୍ୟ ପାଢୀ ୧୯୮୩ ବ୍ୟାଚର ଜଣେ ଆଇଏଏସ ଅଧିକାରୀ। ସେ ଆସନ୍ତା ଫେବୃଆରୀରେ ଅବସର ନେଇଥାନ୍ତେ।