Home > ସଂମ୍ପୂର୍ଣ୍ଣ ଖବର
ଚିଲିକାରେ ଅଚଳ ପଡ଼ିଛି ମାଲେସିଆ ଜାହାଜ, ତେଲ ଲିକ୍ ହେବାର ଆଶଙ୍କା
Khabar Odisha:State-odisha-malesiya-ship-damage-in-chilika-lake
ଚିଲିକା,ଅଗଷ୍ଟ୧୪(ଖବର ଓଡ଼ିଶା):

 ଚିଲିକାର ରାଜହଂସ ନିକଟରେ ଅଚଳ ହୋଇ ପଡ଼ିଥିବା ମାଲେସିଆ ଜାହାଜ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ହ୍ରଦ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। କାରଣ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ କମ୍ପାନୀକୁ ଚିଠି ଲେଖିଛି। 

ଜାହାଜ ‘ଟଗ୍ ଜିନ୍  ହ୍ଵା’ କମ୍ପାନୀ ସହ ମୁଖ୍ୟ ସଚିବଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଯାଇଛି। ଜାହାଜରେ ବିପୁଳ ପରିମାଣରେ ତେଲ ଥିବାରୁ ଲିକ୍ ହେବାର ଆଶଙ୍କା ରହିଛି। କୋଷ୍ଟଗାର୍ଡ ମୁତାବକ ଜାହାଜରେ ୩୦ ହଜାର ଲିଟର ତେଲ ରହିଛି। ଏହା ସହ ୧୦୦୦ ଲିଟର ଲ୍ୟୁବ୍ ଅଏଲ, ୨ ଶହ ଲିଟର ହାଇଡ୍ରୋଲିକ୍ ଅଏଲ ରହିଛି। ଏତେ ପରିମାଣରେ ତେଲ ଥିବାରୁ ଲିକ୍ ହେବାର ଆଶଙ୍କା ରହିଛି, ପରିବେଶ ଉପରେ ପ୍ରଭାବ ପଡ଼ିପାରେ। ଏହା ଚିଲିକାର ପ୍ରାକୃତିକ ପରିବେଶକୁ ନଷ୍ଟ କରିବାର ସମ୍ଭାବନା ରହିଛି। ତେଲ ଲିକ୍ ଯେମିତି ନହେବ ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। 

ଉଲ୍ଲେଖଯୋଗ୍ୟ, ମାଲେସିଆରୁ ବାଂଲାଦେଶ ଯିବା ବେଳେ ଜାହାଜ  ଅଚଳ ହୋଇ ଚିଲିକା କୂଳରେ ଲାଗିଥିଲା।