Home > ସଂମ୍ପୂର୍ଣ୍ଣ ଖବର
ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା ନିଷ୍ପତିକୁ ତୀବ୍ର ବିରୋଧ, ମିଳିତ ଓଡ଼ିଶା ନିଶା ନିବାରଣ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ
Khabar Odisha:Sttae-Odisha-Protest-Against-Liqour-shop-In-Odisha
ଭୁବନେଶ୍ୱର, ନଭେମ୍ବର ୧୫(ଖବର ଓଡ଼ିଶା):

ରାଜ୍ୟରେ ମଦୁଆଙ୍କ ଉତ୍ପାତ ବଢୁଥିବା ବେଳେ ପୁଣି ସରକାର ମଦ ଦୋକାନ ଖୋଲିବାକୁ ପ୍ରୋତ୍ସାହନ ଦେଉଛନ୍ତି । । ନାରୀ ଓ ଶିଶୁ ଉପରେ ଅଧିକ ନିର୍ଯ୍ୟାତନାର ପ୍ରମୁଖ କାରଣ ହେଉଛି ପୁରୁଷମାନେ ମଦ ପିଇ ଘରକୁ ଆସୁଛନ୍ତି । ସ୍ତ୍ରୀ ଓ ଛୁଆଙ୍କୁ ମାଡ଼ ମାରୁଛନ୍ତି । ତେଣୁ ଆଜି ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରାଯାଇଛି । ଆଜି ଏହି ନିଷ୍ପତିକୁ ନେଇ ମିଳିତ ଓଡ଼ିଶା ନିଶା ନିବାରଣ ମଞ୍ଚ  ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ବାସଭବନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ପ୍ରତିବାଦ କରିଛି । ତୁରନ୍ତ ସରକାର ଏହି ନିଷ୍ପତିରୁ ଓହରନ୍ତୁ ବୋଲି ଦାବୀ କରିଛି ଏହି ମଞ୍ଚ । 

ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି କରିବା ପାଇଁ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଜଣାଇଛନ୍ତି । ଏହାକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯାଇଛି । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା ଲାଗି ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରାଯାଇଛି । ଆଜି ଏହି ନିଷ୍ପତିକୁ ନେଇ ମିଳିତ ଓଡ଼ିଶା ନିଶା ନିବାରଣ ମଞ୍ଚ  ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ବାସଭବନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ପ୍ରତିବାଦ କରାଯାଉଛି । ଏହାର ଏକ ପ୍ରତିନିଧି ଦମ୍ମନ୍ତ୍ରୀଙ୍କୁ ସହ ଭେଟି ଦାବୀ ପତ୍ର ମଧ୍ୟ ଦେଇଛନ୍ତି । ତୁରନ୍ତ ସରକାର ଏହି ନିଷ୍ପତିରୁ ଓହରନ୍ତୁ ବୋଲି ମିଳିତ ଓଡ଼ିଶା ନିଶା ନିବାରଣ ମଞ୍ଚ  ପକ୍ଷରୁ ଦାବୀ କରାଯାଇଛି । 

ପୂର୍ବରୁ ସରକାରଙ୍କ ଏହି ନିଷ୍ପତି ଉପରେ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରତିବାଦ ଜଣାଇଥିଲେ । ପୂର୍ବରୁ ମଧ୍ୟ ଏହି ମଦ ବିରୋଧୀ ଦାବୀ ନେଇ ମିଳିତ ଓଡ଼ିଶା ନିଶା ନିବାରଣ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । ତଥାପି ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଉନାହାଁନ୍ତି ।

  • Tags: