Home > ସଂମ୍ପୂର୍ଣ୍ଣ ଖବର
ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ 75 କରୋନା ଆକ୍ରାନ୍ତ ରୋଗୀ
Khabar Odisha:The-good-news-is-that-75-more-corona-patients-in-the-state-will-recover
ଭୁବନେଶ୍ୱର, ମେ ୨୮(ଖବର ଓଡ଼ିଶା):

ଖୁସି ଖବର, ରାଜ୍ୟରେ ଆଜି ପୁଣି ୭୫ ଜଣ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ସର୍ବାଧିକ ୨୫ ଜଣ ସୁସ୍ଥ ହୋଇଛନ୍ତି । ଏହାଛଡ଼ା ଗଞ୍ଜାମରୁ ୧୯, କଟକରୁ ୯, ପୁରୀର ୮, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । 

ସୁସ୍ଥ ହୋଇଥିବା 75 ଆକ୍ରାନ୍ତଙ୍କୁ ମିଶାଇ । ଏଯାବତ ଓଡ଼ିଶାରେ ୮୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । 

  • Tags: