Home > ସଂମ୍ପୂର୍ଣ୍ଣ ଖବର
ଭାରତରେ 15 ରେ ପହଁଞ୍ଚିଲା କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା
Khabar Odisha:Total-number-of-COVID19-positive-cases-rise-to-649-in-India
ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା):

ଭାରତରେ ବଢୁଛି କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟି 15 ରେ ପହଁଞ୍ଚିଥିବା ଜଣାପଡିଛି। ଏହା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ 649 ଜଣ କରୋନା ଆକ୍ରାନ୍ତ ରୋଗୀ ବିଭିନ୍ନ ରାଜ୍ୟରେ ଚିତ୍କିସିତ ହେଉଥିବା ଜଣାପଡିଛି।

କରୋନାରେ ସଂକ୍ରମିତ ହୋଇ ଗୁଜୁରାଟ, ମହାରାଷ୍ଟ୍ର ଓ ଜମ୍ମୁ କାଶ୍ମୀରରେ ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ 128 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିଭଳି ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା 4 ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି।

  • Tags: