Home > ସଂମ୍ପୂର୍ଣ୍ଣ ଖବର
ପଶ୍ଚିମବଙ୍ଗକୁ ସହଯୋଗର ହାତ ବଢାଇ ଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Khabar Odisha:West-Bengal-Chief-Minister-Mamata-Banerjee-thanked-Naveen-for-extending-a-helping-hand-to-West-Bengal
ପଶ୍ଚିମବଙ୍ଗ, ମେ ୨୨ (ଖବର ଓଡ଼ିଶା):

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟରରେ ଟ୍ୱିଟ କରି କୃତଜ୍ଞତା ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢ଼ାଇଥିବାରୁ ଜଣାଇଲେ କୃତଜ୍ଞତା । ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇଥିଲେ ନବୀନ ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ଜଣାପଡ଼ିଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ଅମ୍ଫାନ ସଙ୍କଟ ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହ ଓଡ଼ିଶାର ସମବେଦନା ରହିଛି ବୋଲି କହିଛନ୍ତି। ଏହା ସହ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଯାହା ଆବଶ୍ୟକତା ସାହାର୍ଯ୍ୟ କରିବା ପାଇଁ ଆମ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଅମ୍ଫାନ୍ ଯୋଗୁ ପଶ୍ଚିମବଙ୍ଗର କ୍ଷୟକ୍ଷତିର ପରିମାଣ ବିଷୟରେ ମମତାଙ୍କୁ ଫୋନରେ ପଚାରି ବୁଝିଥିଲେ ନବୀନ ପଟ୍ଟନାୟକ । ଏହି ସମସ୍ୟା ଦୂର କରିବା ପାଇଁ  ଲୋକବଳ ଏବଂ ସାମଗ୍ରୀ ଦୃଷ୍ଟିରୁ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • Tags: