Home > ସଂମ୍ପୂର୍ଣ୍ଣ ଖବର
ବସ୍‌କୁ ଧକ୍କା ଦେଲା ବସ୍‌, ୭ ଜଣ ଯାତ୍ରୀ ଆହତ
Khabar Odisha:bus-hits-bus-at-pratapnagari-in-cuttack
କଟକ, ଅକ୍ଟୋବର ୯ (ଖବର ଓଡ଼ିଶା):

କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଦୁଇଟି ବସ୍‌ ପରସ୍ପର ସହ ଧକ୍କା ହୋଇଛି । ଗୋଟିଏ ବସ୍ ଆଉ ଗୋଟିଏ ବସ୍‌କୁ ପଛରୁ ଧକ୍କ ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି । ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁଇଟି ବସ୍‌ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ପ୍ରତାପନଗରୀ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ୍‌କୁ ଜବତ କରିଛି । 

  • Tags: