Home > ସଂମ୍ପୂର୍ଣ୍ଣ ଖବର
କରଦାତାଙ୍କୁ ଆଶ୍ଵସ୍ତି: ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ଅଗଷ୍ଟ ୩୧କୁ ବୃଦ୍ଧି
Khabar Odisha:business--Odisha-gov-extended-deadline-to-file-income-tax-return-for-fy2018-19-to-august-31
ନୂଆଦିଲ୍ଲୀ,ଜୁଲାଇ୨୩(ଖବର ଓଡ଼ିଶା):

 ସରକାର ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ଏକ ମାସ ବଢାଇ ଅଗଷ୍ଟ ୩୧ କରିଛନ୍ତି। ଏହି ନିଷ୍ପତ୍ତିରେ କରଦାତାଙ୍କୁ ବହୁତ ବଡ଼ ଆଶ୍ଵସ୍ତି ମିଳିଛି। କାରଣ କର ପୈଠ କରିବା ସମୟରେ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଅନେକ ସଂସ୍ଥା ଅପିଲ କରୁଥିଲେ ଯେ, ଆୟକର ରିଟର୍ଣ୍ଣ ଦାଖଲ କରିବାର ତାରିଖ  ବଢାଯାଉ। 

ଚଳିତ ବର୍ଷ ସିବିଡିଟି ଟିଡିଏସ ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ମେ ୩୧ରୁ ବଢାଇ ଜୁନ ୩୦ କରିଥିଲେ। ଏହା ପରେ ଫର୍ମ ୧୬ ଜାରି କରିବାର ତାରିଖ ମଧ୍ୟ ଜୁନ ୧୫ରୁ ବଢାଇ  ଜୁଲାଇ ୩୧ କରାଯାଇଛି। ଅନେକ ଲୋକ ଆୟକର ରିଟର୍ଣ୍ଣ ଫାଇଲ ଦାଖଲ କରିବା  ପାଇଁ ଫର୍ମ ୧୬ର ଅପେକ୍ଷା କରୁଥିଲେ।

ଯଦି ପୂର୍ବ ନିର୍ଦ୍ଧାରିତ ତାରିଖ ଅର୍ଥାତ ଜୁଲାଇ ୩୧ ସୁଦ୍ଧା କୌଣସି ବ୍ୟକ୍ତି ନିଜର ଆୟକର ରିଟର୍ଣ୍ଣ ଦାଖଲ କରିପାରିନଥାନ୍ତେ ତେବେ ଜୋରିମାନା ଦେବାକୁ ପଡିଥାନ୍ତା। ଆୟକର ବିଭାଗ ମୁତାବକ ୨୦୧୯ ଅଗଷ୍ଟ ୩୧ ପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ କରଦାତାଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାନ୍ତା। ଯଦି ୨୦୨୦ ଜାନୁଆରୀ ୧ରୁ  ମାର୍ଚ୍ଚ ୩୧ ମଧ୍ୟରେ ଆୟକର ରିଟର୍ଣ୍ଣ ଫାଇଲ କରାଯାଇଥାନ୍ତା ତେବେ ୧୦ ହଜାର ଟଙ୍କାର ଜୋରିମାନା ଲାଗିଥାନ୍ତା।