Home > ସଂମ୍ପୂର୍ଣ୍ଣ ଖବର
ଏବେ ଏଟିଏମ ଆଗରେ ଲାଗିବନି ଲମ୍ବା ଲାଇନ, ଘରେ ବସି ଜାଣିହେବ ମେସିନରେ ଟଙ୍କା ଅଛି ନା ନାହିଁ ?
Khabar Odisha:business-atm-bank-new-application-if-money-is-in-the-machine-or-not-union-bank
ନୂଆଦିଲ୍ଲୀ, ନଭେମ୍ବର ୧୫(ଖବର ଓଡିଶା):

ଆଜିର ଡିଜିଟାଲ ଯୁଗରେ ଲୋକମାନେ ଘରେ ଟଙ୍କା ରଖିବା ବନ୍ଦ କରିଦେଇଛନ୍ତି । ତେଣୁ ଟଙ୍କା ଉଠାଇବା ପାଇଁ ଆମକୁ ଏଟିଏମ ଉପରେ ନିର୍ଭର କରିବାକୁ ପଡିଥାଏ । ବେଳେବେଳେ ଲମ୍ବାଲାଇନରେ ଛିଡା ହେବାକୁ ପଡେ । ଅନେକ ସମୟରେ ଏଟିଏମରେ ଟଙ୍କା ନଥିବା କାରଣରୁ ଅନ୍ୟ ଏଟିଏମକୁ ଯିବାକୁ ପଡିଥାଏ । 

ଏପରି ଜାଣିହେବ ଏଟିଏମରେ ଟଙ୍କା ଅଛି ନା ନାହିଁ

ଏହି ଅସୁବିଧାକୁ ଦୂର କରିବା ପାଇଁ ୟୁନିଅନ ବ୍ୟାଙ୍କ ନିଜ ଗ୍ରାହକଙ୍କ ସୁବିଧା ପାଇଁ ୟୁ ମୋବାଇଲ ନାମରେ ଏକ ମୋବାଇଲ ଆପ ଲଂଚ୍ କରିଛି । ଏଥିରେ ଗ୍ରାହକଙ୍କୁ କେଉଁ ଏଟିଏମରେ ଟଙ୍କା ଅଛି ନା ନାହିଁ ତାହାର ସୂଚନା ମିଳିବ । ଏହି କାମ ପାଇଁ ବ୍ୟାଙ୍କ ଜିଓ ସର୍ଭେର ବ୍ୟବସ୍ଥା କରିଛି । ଏହା ସାହାଯ୍ୟରେ ମୋବାଇଲ ଆପରେ ଏଟିଏମରେ ଟଙ୍କା ଥିବାନେଇ ସୂଚନା ମିଳିପାରିବ । ଟଙ୍କା ଥିଲେ ଆପରେ ଆପଣଙ୍କୁ ସବୁଜ ରଙ୍ଗ ଓ ନଥିଲେ ଲାଲ୍ ରଙ୍ଗ ସୂଚୀତ ହେବ । 

୧୦କିମି ଯାଏଁ ଏଟିଏମ ମେସିନ ବାବଦରେ ମିଳିବ ସୂଚନା

ସାରା ଦେଶରେ ୟୁନିଅନ ବ୍ୟାଙ୍କର ପ୍ରାୟ ୭ହଜାର ଏଟିଏମ ରହିଛି । ୟୁନିଅନ ବ୍ୟାଙ୍କର ଏହି ଆପରେ ୦ରୁ ୧୦ କିମି ମଧ୍ୟରେ ଥିବା ଏଟିଏମ ବାବଦରେ ସୂଚନା ମିଳିବ ।

  • Tags: