Home > ସଂମ୍ପୂର୍ଣ୍ଣ ଖବର
ତବଲିଗି ଜାମାତ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓଡିଶାର 15 ଜଣ ଲୋକ, ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା
Khabar Odisha:corona-virus-delhi-nizamuddin-tablighi-markaz-list-of-state
ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

ସାରା ଦେଶରେ ଦେଖାଦେଇଥିବା କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀର ଏକ ଖବର ହଠାତ୍ ଦେଶ ବାସୀଙ୍କୁ ଭୟଭୀତ କରିନାହିଁ ବରଂ ମହାମାରୀକୁ ଦେଶର ଆଉ କିଛି ଅଞ୍ଚଳରେ ମଡାଇଦେଇଛି । ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜାମାତ ଦ୍ୱାରା ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକମାନଙ୍କ ମଧ୍ୟରୁ ଅତି କମରେ 10 ଜଣଙ୍କ ମୃତ୍ୟୁ ହେବା ପରେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ 19 ଟି ରାଜ୍ୟରୁ 1830 ଲୋକ, 281 ବିଦେଶୀ ନାଗରିକ ତାବଲିଗୀ ଜାମାତର ମାର୍କାଜରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ | 21 ଜଣ ଆଣ୍ଡାମାନର, ଆସାମର 216 ଜଣ, ବିହାରର 86 ଜଣ, ହରିୟାଣାର 22 ଜଣ, ହିମାଚଳରୁ 15 ଜଣ, ହାଇଦ୍ରାବାଦର 55 ଜଣ, କର୍ଣ୍ଣାଟକର 45 ଜଣ, ମହାରାଷ୍ଟ୍ରର 115 ଜଣ, ମେଘାଳୟର 5 ଜଣ ଏବଂ କେରଳର 15 ଜଣ।

ଏହା ବ୍ୟତୀତ ମଧ୍ୟପ୍ରଦେଶରୁ 107 ଜଣ, ଓଡିଶାରୁ 15 ଜଣ, ପଞ୍ଜାବରୁ 9 ଜଣ,  ରାଜସ୍ଥାନରୁ 19 ଜଣ, ଝାଡଖଣ୍ଡରୁ 46 ଜଣ, ତାମିଲନାଡୁରୁ 501 ଜଣ,  ଉତ୍ତରପ୍ରଦେଶରୁ 156 ଜଣ, ଏବଂ ପଶ୍ଚିମବଙ୍ଗରୁ 73 ଜଣ ଲୋକ ଆସିଛନ୍ତି।  ଏହି ଦଳରେ ଇଣ୍ଡୋନେସିଆ, ଶ୍ରୀଲଙ୍କା ସମେତ 15 ଟି ଦେଶର 281 ଜଣ  ଲୋକ ମଧ୍ୟ ସାମିଲ ଥିଲେ। ଏଥିମଧ୍ୟରୁ 700 ଲୋକଙ୍କୁ କ୍ୱାରାଣ୍ଟିନ୍ ଏବଂ 334  ଜଣଙ୍କୁ ଡାକ୍ତରଖାନା ପଠାଯାଇଛି। ଅବଶିଷ୍ଟ ଲୋକ ଏବଂ ସେମାନଙ୍କ ସହ  ଯୋଗାଯୋଗ କରୁଥିବା ଲୋକଙ୍କୁ ଖୋଜିବା ଆରମ୍ଭ ହୋଇଥିବା ନେଇ  ଜଣାପଡିଛି। 
ଜାତୀୟ ଗଣମାଧ୍ୟମ ସୂତ୍ରରୁ ଖବର ଆସିବା ପରେ ଏଥିରେ ଓଡିଶାରୁ ମଧ୍ୟ 15  ଜଣ ସାମିଲ ହୋଇଥିବା ନେଇ ଜଣାପଡିଛି।
  • Tags: