Home > ସଂମ୍ପୂର୍ଣ୍ଣ ଖବର
ଘରୋଇ ସ୍କୁଲ ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି, ଖସଡା ପ୍ରସ୍ତୁତ
Khabar Odisha:draft-guideline-created-to-regulate-private-school-fee
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

ଦେଶରେ ଘରୋଇ ସ୍କୁଲର ମନମାନି ଉପରେ ଲଗାମ ଲଗାଇବା ପାଇଁ ପ୍ରଥମ ଥର ଫିସ୍ ସ୍ଥିର କରିବା ପାଇଁ ରେଗୁଲେସନ ତିଆରି କରାଯାଇଛି।  ଏହି ରେଗୁଲସେନରେ କେଉଁ ଦିଗକୁ ଧ୍ୟାନରେ ରଖି ବେସରକାରୀ ଘରୋଇ ସ୍କୁଲର ଫିସ୍ ସ୍ଥିର କରାଯିବ ସେଥିରେ ବିସ୍ତୃତ ଦର୍ଶାଯାଇଛି।।  ଏହି ରେଗୁଲେସନ ଡ୍ରାଫ୍ଟକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପାଖକୁ ପଠାଯିବ।  ଖସଡା ପ୍ରସ୍ତୁତ କରିଥିବା ଶିଶୁ ଅଧିକାର  ପ୍ରାଧିକରଣ ନୂତନ ନିୟମକୁ ଅକ୍ଟୋବର ସୁଦ୍ଧା ଲାଗୁ କରିବାକୁ ସୁପାରିଶ କରିଛି। ଏହା ସହିତ ଆଶା କରାଯାଉଛି ଯେ ପିଲାଙ୍କ ହିତରେ ରାଜ୍ୟ ସରକାର ଏହାକୁ ଲାଗୁ କରିବେ।

ଦେଶର ଶିଶୁ ଅଧିକାରର ଶୀର୍ଷ ସଂସ୍ଥା ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ ଏହି ରେଗୁଲେଟରୀ ଫ୍ରେମଓ୍ଵର୍କ ପ୍ରସ୍ତୁତ କରିଛନ୍ତି।  ଆୟୋଗର ସଦସ୍ୟ ପ୍ରିୟଙ୍କା କାନୁନଗୋ  କହିଛନ୍ତି ଯେ ଏଥିରେ ସମାନତା ଆସିବ ଏବଂ ଫିସ୍ ନାମରେ ଶିଶୁଙ୍କୁ କରାଯାଉଥିବା ଶୋଷଣ ସମାପ୍ତ ହେବ। ସେ କହିଛନ୍ତି ଯେ ଆଶା କରାଯାଉଛି ଯେ ରାଜ୍ୟ ସରକାର ପିଲାଙ୍କ ହିତରେ ଏହାକୁ ଶୀଘ୍ର ଲାଗୁ କରିବେ। ଖସଡାରେ ଦର୍ଶାଯାଇଛି ଯେ ଫିସ୍ ସ୍ଥିର କରିବାରେ କଣ ପ୍ରକ୍ରିୟା ରହିବ ଏବଂ ଏଥିରେ କେଉଁ ଦିଗ ଉପରେ ଧ୍ୟାନ ଦିଆଯିବ। 

ତିନି ବର୍ଷରେ ହେବ ଏହାର ସମୀକ୍ଷା

ପ୍ରତ୍ୟେକ ଜିଲ୍ଲାରେ ଇଣ୍ଡିକେଟର ଭିନ୍ନ ଭିନ୍ନ ରହିବ।  ଏଥିରେ ପ୍ରତ୍ୟେକ ଜିଲ୍ଲାର ସ୍କୁଲର ଫିସକୁ ସ୍ଥାନୀୟ ଦର ହିସାବରେ ସ୍ଥିର କରାଯିବ। ସ୍ଥାନୀୟ ଇଣ୍ଡିକେଟରରେ ସେଠାକାର ଦର, ମୁଣ୍ଡ ପିଛା ଆୟ, ମହଙ୍ଗା ଆଦି ସାମିଲ ରହିବ। ଅସ୍ଥିର ଇଣ୍ଡିକେଟରରେ ସ୍କୁଲର ସୁବିଧା, କର୍ମଚାରୀଙ୍କ ଯୋଗ୍ୟତା, ତାଙ୍କର ଦରମା, କର୍ମଚାରୀଙ୍କ ପାଇଁ ସୁବିଧା ପରି ଅନେକ ଫ୍ୟାକ୍ଟର ସାମିଲ ରହିବ।  ଏହି ଫ୍ୟାକ୍ଟର ହିସାବରେ ସ୍କୁଲ ନିଜର ଫିସ୍ ସ୍ଥିର କରିବ। ପୁଣି ଥରେ ସେ ଏହାକୁ ଜିଲ୍ଲାସ୍ତରରେ ହୋଇଥିବା ରେଗଲେଟରୀ କମିଟି ପାଖକୁ ପଠାଇବେ ଯିଏ ଫିସ୍ ଚୂଡାନ୍ତ କରିଥାନ୍ତି। ଏଥିପାଇଁ ରାଜ୍ୟସ୍ତରରେ ଏକ ସଫ୍ଟଓ୍ଵୟାର ବିକଶିତ କରାଯିବ। ଯଦ୍ଵାରା ଇଣ୍ଡିକେଟର ଭରିବା ପରେ ଡିଜିଟାଲ ରୂପେ ଫିସର ସୀମା କେତେ ରହିଛି ତାହା ଜଣା ପଡ଼ିବ। ଫିସ୍ ପ୍ରତ୍ୟେକ ୩ ମାସରେ ସମୀକ୍ଷା କରାଯିବ। 

  • Tags: