Home > ସଂମ୍ପୂର୍ଣ୍ଣ ଖବର
ଆସିଗଲା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତର ସମ୍ପୂର୍ଣ୍ଣ ଭିଡିଓ, ରିଲିଜ ହେବା ମାତ୍ରେ ଭ୍ୟୁଜ୍ ଲକ୍ଷେ ପାର୍, ଦେଖନ୍ତୁ ଭିଡିଓ...
Khabar Odisha:entertainment-odisha-himesh-reshammiya-ranu-mondal-teri-meri-kahani-official-song-out-now
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା) :

ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ରାନୁ ମଣ୍ଡଳଙ୍କ ତେରି ମେରି କାହାନୀର ସମ୍ପୂର୍ଣ୍ଣ ଗୀତ ଆଜି ରିଲିଜ ହୋଇଛି। ଏହି ଅପେକ୍ଷାରତ ରୋମାଣ୍ଟିକ ଗୀତକୁ ଶୁଣିବା ପାଇଁ ଫ୍ୟାନ୍ସମାନେ ଅପେକ୍ଷା କରି ରହିଥିଲେ। ତେବେ ୟୁଟ୍ୟୁବରେ ଏହି ଗୀତ ରିଲିଜ ହେବା ପରେ ଭ୍ୟୁଜ୍ ଏକ ଲକ୍ଷ ପାର୍ ହୋଇଛି।

କିଛି ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା ରାନୁ ମଣ୍ଡଳଙ୍କ ତେରି ମେରି କାହାନୀ ସୋସିଆଲ ମିଡିଆରେ ସେନସେସନ ପାଲଟିଛି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ସହ ରାନୁ ମଣ୍ଡଳଙ୍କ ପ୍ରଥମ ଗୀତକୁ ଫ୍ୟାନ୍ସମାନଙ୍କ ନିକଟରେ ବେଶ୍ ଆଦୃତ ହୋଇଛି। ତେବେ ହିମେଶ ରେଶମିୟାଙ୍କ ଆଗାମୀ ଫିଲ୍ମ ହ୍ୟାପି ହାର୍ଡି ଆଣ୍ଡ ହୀର ଫିଲ୍ମର ଏହି ଗୀତ। ଗୀତର ଭିଡିଓ ମଧ୍ୟ ଜବରଦସ୍ତ ରହିଛି। ଏହି ଭିଡିଓରେ ମଝିରେ ମଝିରେ ବଲିଉଡରେ ଡେବ୍ୟୁ କରିଥିବା ରାନୁ ମଣ୍ଡଳଙ୍କର ଝଲକ ଦେଖିବାକୁ ମିଳୁଛି। 

ଷ୍ଟେସନରେ ବୁଲି ବୁଲି ଗୀତ ଗାଇ ପେଟକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରୁଥିବା ରାନୁ ମଣ୍ଡଳ ନିଜର ସୁମଧୁର ସ୍ଵର ଏବଂ ଅସାଧାରଣ ପ୍ରତିଭା ପାଇଁ ଏବେ ସୋସିଆଲ ମିଡିଆର ସେନସେସନ ପାଲଟିଛନ୍ତି। ତାଙ୍କର ସୁମଧୁର ସ୍ଵରକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଛନ୍ତି। ସେ ଷ୍ଟେସନରେ ଗୀତ ଗାଉଥିବା ସମୟରେ ଜଣେ ଯୁବକ ତାଙ୍କ ଗୀତ ରେକଡିଙ୍ଗ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାପରେ ରାନୁ ମଣ୍ଡଳ ବଲିଉଡରେ ଡେବ୍ୟୁ କରିଥିଲେ।