Home > ସଂମ୍ପୂର୍ଣ୍ଣ ଖବର
ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ ପରେ କର କ୍ଲିନିକ୍‌କୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ
Khabar Odisha:health-department-urges-people-not-to-visit-kar-clinic-in-bhubaneswar
ଭୁବନେଶ୍ୱର, ମାର୍ଚ୍ଚ ୨୭ (ଖବର ଓଡ଼ିଶା):

ରାଜ୍ୟରେ ଗତକାଲି ଓଡ଼ିଶାରେ ଆଉ ଜଣେ  ‘କରୋନା’ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ଛି । ଏହା ସହ ଭୁବନେଶ୍ୱର ସ୍ଥିତ କର କ୍ଲିନିକ୍‌କୁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
ଓଡ଼ିଶାର ତୃତୀୟ କରୋନା ରୋଗୀ ଜଣଙ୍କ ପ୍ରଥମେ ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍‌କୁ ଯାଇଥିଲେ। ସେ ପରେ ୨୪ ତାରିଖରେ ସେଠାରେ ଆଇସିୟୁରେ ଗୋଟିଏ ଦିନ ରହିଥିଲେ। ତେଣୁ ତାଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖିବାକୁ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।
‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ତୃତୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ହୋଇଥବା ଜଣାପଡ଼ିଛି। ତାଙ୍କ ବୟସ ୬୦ ବର୍ଷ । ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଞ୍ଚିଛି । ସମସ୍ତ ୩ କରୋନା ରୋଗୀ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।
ଘରୋଇ କ୍ଲିନିକ୍ ଗୁଡ଼ିକ କୋଭିଡ-୧୯ ଗାଇଡ୍‌ଲାଇନ୍ ମାନୁ ନଥିବାରୁ ସ୍ୱାସ୍ଥ୍ୟ ବିଭାଗ କ୍ଷୁବ୍ଧ ହୋଇଛି। ରୋଗୀଙ୍କ ସାଧାରଣ ଥଣ୍ଡା ଓ କାଶ ଯାଞ୍ଚ ବେଳେ ଗାଇଡ୍‌ଲାଇନ୍ ମାନିବାକୁ ପରାମର୍ଶ ଦିଆଯାଇଛି। ଗାଇଡ୍‌ଲାଇନ୍ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି।

  • Tags: