Home > ସଂମ୍ପୂର୍ଣ୍ଣ ଖବର
ଦିଲ୍ଲୀକୁ ସୁରକ୍ଷିତ ରଖିବେ ଦେଶର ପ୍ରଥମ ମହିଳା ସ୍ୱାଟ ଟିମ, ଜାଣନ୍ତୁ ଏମାନଙ୍କର ୧୦ଟି ବଡ ପରାକ୍ରମ ବିଷୟରେ
Khabar Odisha:india-gets-1st-all-women-swat-team-will-save-lives-of-delhiites
ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡିଶା):

ଦିଲ୍ଲୀ ପୁଲିସକୁ ମିଳିଛି ମହିଳା ସ୍ଵାଟ୍ ଦଳ। ଏହି ସ୍ୱାଟ ଟିମ ସମସ୍ତ ପ୍ରକାର ବିପଦକୁ ସାମ୍ନା କରିବା ପାଇଁ ସକ୍ଷମ ଅଟନ୍ତି । ସବୁଠାରୁ ଖାସ କଥା ହେଉଛି ଯେ, ଏହି ଟିମରେ ଜଣେ ମଧ୍ୟ ପୁରୁଷ ନାହାଁନ୍ତି । ଏହି ଟିମରେ ରହିଥିବା  ୩୬ ଜଣ ମହିଳା ନର୍ଥ ଇଷ୍ଟ ଅଞ୍ଚଳର। ଜାଣନ୍ତୁ ଏହି ଦଳ  ୧୦ଟି ଖାସ୍ ପରାକ୍ରମ ବିଷୟରେ...

୧-ଏଥିରେ ଥିବା ୩୬ଜଣ ମହିଲା କନେଷ୍ଟବଳଙ୍କୁ ବିଦେଶ ଏବଂ ଭାରତରେ ଥିବା ବିଶେଷଜ୍ଞ ଦ୍ୱାରା ଟ୍ରେନିଙ୍ଗ ଦିଆଯାଇଛି । ୧୫ମାସ ପ୍ରଶିକ୍ଷଣ ପରେ ସେମାନେ ସ୍କ୍ଵାର୍ଡରେ ସାମିଲ ହୋଇଛନ୍ତି। ପୁଲିସ କମିଶନର ଅମୂଲ୍ୟ ପଟନାୟକଙ୍କ ବିଶେଷଜ୍ଞତା ଦ୍ଵାରା ଏହି ସ୍ଵାଟ ଦଳ ଗଠିତ ହୋଇଛି। ।

୨-କୌଣସି ଆତଙ୍କୀ ହମଲା କିମ୍ବା ନିରୀହ ଲୋକମାନଙ୍କୁ ବନ୍ଧକ ରଖିବା ଘଟଣାକୁ ଅତି ସହଜରେ ସାମ୍ନା କରିଥାନ୍ତି ଏହି ଦଳ । ଏହି ବୀରାଙ୍ଗନାମାନେ କୌଣସି ପୁରୁଷଙ୍କ ଅପେକ୍ଷା କମ ଶକ୍ତିଶାଳୀ ନୁହଁନ୍ତି ।

୩-ପାଶ୍ଚାତ୍ୟ ଦେଶରେ ଏହି ଫୋର୍ସ ସୁବିଧା ରହିଛି କିନ୍ତୁ ସେଠାକାର ସ୍ୱାଟ ଟିମରେ ପୁରୁଷ ଏବଂ ମହିଳା ସାମିଲ ଅଛନ୍ତି ।

୪-ଏହି ଟିମରେ ଆସାମର ୧୩ଜଣ ଲୋକ ଏବଂ ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ମଣିପୁରରୁ ୫ଜଣ ମହିଳା ରହିଛନ୍ତି । ସେମାନେ ଏମପି ୫ ସବମରିନ ଗନ ଏବଂ ଗ୍ଲୋକ୍ ୨୧ ପିସ୍ତଲ ରଖନ୍ତି ।

୫-ଏମାନଙ୍କର ପୋଷ୍ଟିଙ୍ଗ ସାଉଥ ଦିଲ୍ଲୀର ମହତ୍ଵପୂର୍ଣ୍ଣ ସ୍ଥାନରେ ହେବ । ମହିଳା ଫିଦାଇନରେ ଦିଲ୍ଲୀର ଆତଙ୍କୀ ହମଲା ରୋକିବା ଆଧାରରେ ଏମାନଙ୍କର ମୁୟତନ ହେବ ।

୬-ପୁଲିସ ଏମାନଙ୍କୁ ଲାଲକିଲ୍ଲା ଏବଂ ଇଣ୍ଡିଆ ଗେଟ ପାଖରେ ପୋଷ୍ଟିଙ୍ଗ ଦେବା ପାଇଁ ନିଷ୍ପତି ନେଇଛି । ହୋଟେଲ, ବସ କିମ୍ବା ମେଟ୍ରୋରେ ହେଉଥିବା ପ୍ରତିବନ୍ଧକକୁ ଏହି ଦଳ ସହଜରେ ରୋକି ପାରିବେ।

୭-ସେମାନେ ବଡ ବଡ ବିଲ୍ଡିଙ୍ଗରେ ସହଜରେ ଚଢି ପାରିବେ ।  

୮-ଭାଷା ବୁଝିବା ପାଇଁ ନର୍ଥ ଇଷ୍ଟର ଜଣେ ଇନଷ୍ଟ୍ରକ୍ଟରଙ୍କୁ ଏମାନଙ୍କ ସହିତ ନିଯୁକ୍ତ କରାଯାଇଛି ।

୯-ପୁଲିସରେ ଭର୍ତି ହେବା ପୂର୍ବରୁ ପୁରୁଷ କନେଷ୍ଟବଳଙ୍କୁ ୧୨ମାସର ଟ୍ରେନିଙ୍ଗ ଦିଆ ଯିବା ସମୟରେ ଏମାନଙ୍କୁ ୧୫ମାସର ଟ୍ରେନିଙ୍ଗ ଦିଆଯାଇଛି ।

୧୦-ଏମାନେ ଜଙ୍ଗଲରେ ସନ୍ଧାନ ଅଭିଯାନ ସହିତ ସହରରେ ହେଉଥିବା କ୍ରାଇମକୁ ମଧ୍ୟ ମୁକାବିଲା କରି ପାରିବେ । ଏହି ମହିଳାମାନଙ୍କୁ ଆଇଇଡି ଏବଂ ଅନ୍ୟ ବିସ୍ଫୋଟକ ବିଷୟରେ ମଧ୍ୟ ବିଶେଷ ଅଭିଜ୍ଞତା ରହିଛି।

  • Tags: