Home > ସଂମ୍ପୂର୍ଣ୍ଣ ଖବର
ଆମେରିକା ଓ ଚୀନର ଟ୍ରେଡ୍ ଓ୍ଵାରରୁ ଭାରତକୁ ଆସିବ ଶସ୍ତା ତୈଳ
Khabar Odisha:indias-oil-import-from-us-hits-record-levels-ahead-of-iran-sanctions
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

ଇରାନ ଉପରେ ପ୍ରତିବନ୍ଧକ ଲାଗୁ ହେବା ପୂର୍ବରୁ ଆମେରିକାଠୁ ଭାରତ ଅଶୋଧିତ ତୈଳ ଦର କ୍ରୟ ରେକର୍ଡ ସ୍ତରରେ ପହଞ୍ଚିଛି।  ଜୁନରେ ଆମେରିକାଠୁ ଅଶୋଧିତ ତୈଳ ଆମଦାନୀ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭାରତ ଆମେରିକାଠୁ ଦୁଇ ଗୁଣ ଅଧିକ ଅଶୋଧିତ ତୈଳ ଆମଦାନୀ କରିଛି। ଏସିଆ ମହାଦେଶର ଦେଶଗୁଡିକ ତେଲ ପାଇଁ ଇରାନ ଓ ଭେନେଜୁଏଲ ପରିବର୍ତ୍ତେ ଆମେରିକା ଅଭିମୁଖେ ମୁହାଁଇଛନ୍ତି।  ଯାହା ଟ୍ରମ୍ପ ପ୍ରଶାସନ ପାଇଁ ଏହା ଏକ ପ୍ରକାର ବିଜୟ କୁହାଯିବ। 

ଉଲ୍ଲେଖଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶଗୁଡ଼ିକୁ ଇରାନଠୁ ନଭେମ୍ବର ପର୍ୟ୍ୟନ୍ତ କୌଣସି ପ୍ରକାର ଆମଦାନୀକୁ ସଂପୂର୍ଣ୍ଣ ରୂପେ ଶେଷ କରିବାକୁ କହିଛି। ଏମିତିରେ ଭାରତ ପକ୍ଷରୁ ଆମେରିକାଠୁ ତୈଳ ଆମଦାନୀ ବୃ୍ଦ୍ଧି ପାଇବା ଏକ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ। ତାଜା ସରକାରୀ ତଥ୍ୟ ମୁତାବକ ପ୍ରତ୍ୟେକ ଦିନ ୧.୭୬ ମିଲିୟନ ବ୍ୟାରେଲ୍ ଅଶୋଧିତ ତୈଳ ଦର ରପ୍ତାନୀ କରି ଆମେରିକା ଅଶୋଧିତ ତୈଳର ବଡ଼ରପ୍ତାନୀକାରୀ ଦେଶରେ ପରିଣତ ହୋଇଛି। ଏହି ତଥ୍ୟ ଏପ୍ରିଲ ମାସର ଅଟେ। 

ତଥ୍ୟ ମୁତାବକ ଜୁଲାଇ ପର୍ୟ୍ୟନ୍ତ ଆମେରିକାର ଉତ୍ପାଦକ ଓ ଟ୍ରେଡର୍ସ ଭାରତକୁ ୧୫ ମିଲିୟନ ବ୍ୟାରେଲ୍ ଅଶୋଧିତ ତୈଳ ପଠାଇଛନ୍ତି, ଯାହା ୨୦୧୭ରେ ଏହା ମାତ୍ର ୮ ମିଲିୟନ ବ୍ୟାରେଲ ଥିଲା। ଯଦି ଆମେରିକାରୁ ଆସୁଥିବା ବସ୍ତୁ ଉପରେ ଚୀନ ଆମଦାନୀ ଶୁଳ୍କ ବୃଦ୍ଧି କରେ ତେବେ ଭାରତ ପକ୍ଷରୁ ଆମେରିକା ଅଶୋଧିତ ତୈଳର ଆମଦାନୀ ବଢିପାରେ। କାରଣ ଆମେରିକାକୁ ମୂଲ୍ୟ ହ୍ରାସ କରିବାକୁ ପଡ଼ିପାରେ। 

ଇଣ୍ଡିଆନ୍ ଓଏଲ କର୍ପୋରେସନର ଫାଇନାନ୍ସ ମୁଖ୍ୟ  ଏ.କେ. ଶର୍ମା କହିଛନ୍ତି ଯେ ଆମେରିକା ଅଶୋଧିତ ତୈଳର ଚାହିଦା ଏଥିପାଇଁ ବୃଦ୍ଧି ପାଇଛି କାରଣ ଏହାର ଦର କମ୍ ରହିଛି।  ଯଦି ଚୀନ ପକ୍ଷରୁ ଆମେରିକା ତୈଳର ଆମଦାନୀରେ ହ୍ରାସ ପାଏ ତେବେ ଏହି ଦର ଆହୁରି ହ୍ରାସ ପାଇପାରେ।  ଏମିତିରେ ଭାରତ ପକ୍ଷରୁ ଅଶୋଧିତ ତୈଳର ଆମଦାନୀ ବୃଦ୍ଧି ପାଇବ। 

  • Tags: