Home > ସଂମ୍ପୂର୍ଣ୍ଣ ଖବର
ଗ୍ୟାଙ୍ଗଷ୍ଟାର ଟିଟୋର ସ୍ତ୍ରୀକୁ ଜେରା କରିବ କ୍ରାଇମବ୍ରାଞ୍ଚ
Khabar Odisha:interrogate-tittos-wife-Benazir-Bibi-ny-Crime-branch-STF
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା):

ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲିକୁ ଜେରା କରିବା ପରେ ଏବେ ତା’ ପତ୍ନୀ ବେନଜିର ବିବିକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାସ୍କ ଫୋର୍ସ ଟିମ୍ ଜେରା କରିବା ନେଇ ସୂଚନା ମିଳିଛି । ଟିଟୋର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଠାବ କରିବା ପରେ ଅଧିକାଂଶ ସମ୍ପତ୍ତି ବେନଜିରଙ୍କ ନାଁରେ ସୂଚନା ପାଇ ଏହାର ଖୋଳତାଡ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଏସଟିଏଫ ଟିମ । ବିଶେଷତଃ ଟିଟୋର ପତ୍ନୀ ବେନଜିର ଜଣେ ସାଧାରଣ ଗୃହିଣୀ ଥିବାବେଳେ ଏତେ ସମ୍ପତ୍ତି ତାଙ୍କ ନାଁରେ କେମିତି ହେଲା, ଏତେ ଟଙ୍କା କେମିତି ଓ କେଉଁଠୁ ଆସିଲା ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି କାରଣରୁ ଟିଟୋର ପତ୍ନୀକୁ ଜେରା କରାଯିବ। 

ଅପରପକ୍ଷରେ ରିମାଣ୍ଡର ଶେଷ ଦିନରେ ତଦନ୍ତ କ୍ରମେ ଟିଟୋର ୯୦ ଲକ୍ଷ ଟଙ୍କାର ଅଡି କାର ଠାବ କରାଯାଇଛି। ଏତଦବ୍ୟତିତ କେନ୍ଦ୍ରାପଡା ବଜାର ବ୍ରାଞ୍ଚରେ ଟିଟୋ ନାଁରେ ଥିବା ୫ଟି ବ୍ୟାଙ୍କ୍ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି। ଫ୍ରିଜ୍ ହୋଇଥିବା ଆକାଉଣ୍ଟରେ ମୋଟ ୧୬ ଲକ୍ଷ ୪୨ ହଜାର ଟଙ୍କା ଥିଲା। ଏତଦବ୍ୟତିତ ଟିଟୋର ବେନାମୀ ପେଟ୍ରୋଲ ପମ୍ପ ଥିବା ନେଇ ଟିମ୍ ଖୋଳତାଡ ଜାରି ରଖିଛି । ଅପରାଧିକ ପୃଷ୍ଠଭୂମି ଥାଇ କେମିତି ଟିଟୋକୁ ପେଟ୍ରୋଲ ପମ୍ପ ମିଳିଲା ସେ ନେଇ ଯାଞ୍ଚ କରାଯିବ। 

  • Tags: