Home > ସଂମ୍ପୂର୍ଣ୍ଣ ଖବର
ମହଙ୍ଗା ପଡ଼ିଲା କିକି ଚ୍ୟାଲେଞ୍ଜ: ଷ୍ଟଣ୍ଟ କରୁଥିବା ୩ଜଣ ଯୁବକଙ୍କୁ ମିଳିଲା ରେଲୱେ ଷ୍ଟେସନ ସଫା କରିବାର ଦଣ୍ଡ
Khabar Odisha:kiki-challenge-court-asks-three-youth-to-clean-railway-station-for-doing-the-stunt
ମୁମ୍ବାଇ, ଅଗଷ୍ଟ ୧୦ (ଖବର ଓଡିଶା):

କିକି ଚ୍ୟାଲେଞ୍ଜ ନାମରେ ଏକ ରେଲୱେ ଷ୍ଟେସନରେ ବିପଦପୂର୍ଣ୍ଣ ଭାବରେ ଡ୍ୟାନ୍ସ କରିଥିବା ତିନି ଜଣ ଯୁବକଙ୍କୁ ମହଙ୍ଗା ପଡିଛି । ମୁମ୍ବାଇର ରେଲୱେ ଅଦାଲତ ଏହି କାରଣ ପାଇଁ ତିନିଜଣ ଯୁବକଙ୍କୁ ରେଲୱେ ଷ୍ଟେସନ ସଫା କରିବାର ଦଣ୍ଡ ଶୁଣାଇଛନ୍ତି । ଅଗଷ୍ଟ ୮ ତାରିଖରେ ଏକ ଭିଡିଓ ଭାଇରାଲ ହେବା ପରେ ବିରାରରେ ରହୁଥିବା ଉକ୍ତ ତିନି ବ୍ୟକ୍ତି ନିଶାଂନ୍ତ ସିଂହ(୨୦), ଶ୍ୟାମ ଶର୍ମା(୨୪), ଏବଂ ଧ୍ରୁବ ଶାହ(୨୩) ଗିରଫ ହୋଇଥିଲେ। 

ସୂଚନାନୁଯାୟୀ ଏମାନଙ୍କର ଡ୍ୟାନ୍ସ ଭିଡିଓ ବସାୟ ରେଲୱେ ଷ୍ଟେସନରେ ରେକର୍ଡ ହୋଇଥିଲା । ଭିଡିଓଟି ଦେଖିବା ପରେ ପୁଲିସ ସେମାନଙ୍କୁ ଗିରଫ କରିବାକୁ ନିଷ୍ପତି ନେଇଥିଲା । ପୂର୍ବରୁ ଏହି ତିନି ଜଣ ଯୁବକଙ୍କର ଏକ ଆମ୍ବୁଲାନ୍ସ ସହିତ କିକି ଡ୍ୟାନ୍ସ କରିବାର ଭିଡିଓ ମଧ୍ୟ ଆସିଥିଲା । ପରେ ପୁଲିସ ଆମ୍ବୁଲାନ୍ସ ଗାଡି ମାଲିକ ସାହାଯ୍ୟରେ ଏହି ତିନି ଜଣଙ୍କୁ ଗିରଫ କରିଥିଲା । ଗିରଫ ହେବା ସମୟରେ ଯୁବକମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।

ପରେ ସେମାନଙ୍କୁ ରେଲୱେ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ସେମାନଙ୍କୁ ଏକ ସପ୍ତାହ ପାଇଁ  ସକାଳ ୧୧ଟାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ରେଲୱେ ଷ୍ଟେସନ ସଫା କରିବାର ଦଣ୍ଡ ଶୁଣାଇଛନ୍ତି । ଏହା ସହ ସେମାନଙ୍କୁ ଏଥିପ୍ରତି ସତର୍କ ମଧ୍ୟ କରାଯାଇଛି । ଯୁବକମାନଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଅଦାଲତରେ ଦେଖା ଯିବ, ଯାହାଫଳରେ ଆବଶ୍ୟକ ପଡିଲେ ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଅନୁପ ଶୁକ୍ଳା କହିଛନ୍ତି ଯେ ଏମିତି ଦଣ୍ଡ ଦିଅାଯିବ ଯେ ଯାହା ଉଦାହରଣ ହୋଇ ରହିବ । ଯାହାଫଳରେ ଅନ୍ୟ ଯାତ୍ରୀମାନେ ଏଥି ପ୍ରତି ସଚେତନ ହୋଇ ପାରିବେ । ଦେଶର କେତେକ ସହର ଇନ୍ଦୋର, ବେଙ୍ଗାଲୁରୁ, ମୁମ୍ବାଇର ଟ୍ରାଫିକ ପୁଲିସ ଏହି ଚ୍ୟାଲେଞ୍ଜଠାରୁ ଦୂରରେ ରହିବା ପାଇଁ ଉପଦେଶ ଦେଇଛନ୍ତି । 

ପୁଲିସ ମୁତାବକ ଆମ ଦେଶର ଟ୍ରାଫିକ ସିଷ୍ଟମ ପ୍ରତି ସଚେତନ ରହିବାକୁ ପଡିବ । ଅନେକ ସ୍ଥାନରେ ଏହି ଚ୍ୟାଲେଞ୍ଜ ମାଧ୍ୟମରେ ଡ୍ୟାନ୍ସ କରୁଥିବା ସମୟରେ ଲୋକମାନେ ଆହତ ହେବା ଦେଖିବାକୁ ମିଳିଛି । ସେଥିପାଇଁ ଲୋକମାନଙ୍କୁ ଏଥିପ୍ରତି ଦୂରେଇ ରହିବା ଆବଶ୍ୟକ ।

  • Tags: