Home > ସଂମ୍ପୂର୍ଣ୍ଣ ଖବର
ରାତି ପାହିଲେ ଅଶୋକାଷ୍ଟମୀ, ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ କାର୍ଯ୍ୟ ଶେଷ କେବଳ ଅପେକ୍ଷା ପ୍ରଶାସନର ଅନୁମତିକୁ
Khabar Odisha:lingaraj-rukuna-ratha-jatra
ଭୁବନେଶ୍ୱର, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

ସାରା ଦେଶ ଓ ସାରା ରାଜ୍ଯରେ ଲାଗି ରହିଛି ମହାମାରୀ କରୋନାର ଭୟ । କରୋନାର ପ୍ରଭାବ କାରଣରୁ ଅନିଶ୍ଚିତତା ରେ ପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷର ରୁକୁଣା ରଥଯାତ୍ରା ।

ରାତି ପାହିଲେ ଆସନ୍ତା କାଲି ଅଶୋକାଷ୍ଟମୀ ଦିନ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସଂପନ୍ନ ହେବାକୁ ଥିବା ବେଳେ ପ୍ରଶାସନ ଓ ସରକାର ଙ୍କ ପକ୍ଷରୁ ଏଯାବତ୍ କୈାଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ସେପଟେ ରଥ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ଅପେକ୍ଷା ରହିଛି ପ୍ରଶାସନର ଅନୁମତିକୁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାପାଳ ଯାତ୍ରା ହେବ କି ନାହିଁ ସ୍ପଷ୍ଟ କରି ନଥିବାରୁ ଅନିଶ୍ଚିତତା ଲାଗି ରହିଛି । ଯାହାକୁ ନେଇ ବର୍ତ୍ତମାନ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 

ରଥ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ଅପେକ୍ଷା ପ୍ରଶାସନର ଅନୁମତିକୁ ପ୍ରଶାସନ ଅନୁମତି ପ୍ରଦାନ କଲେ ରୁକୁଣା ରଥଯାତ୍ରା ହେବା ସମ୍ଭବ ହୋଇପାରିବ ବୋଲି ପ୍ରଭୁ ଲିଙ୍ଗରାଜଙ୍କ ସେବାୟତ ମାନେ ପ୍ରକାଶ କରିଛନ୍ତି।

  • Tags: