Home > ସଂମ୍ପୂର୍ଣ୍ଣ ଖବର
ଜାଗ୍ରତ ହେବ ବିକ୍ରମ ? ଇସ୍ରୋ ଅଧ୍ୟକ୍ଷଙ୍କ ସନ୍ଦେଶ, ଚିନ୍ତା କରନ୍ତୁ ନାହିଁ, ଆଗାମୀ ମିଶନ ଉପରେ ଧ୍ୟାନ ଦିଅନ୍ତୁ
Khabar Odisha:national-odisha--isro-chairman-k-sivan-tell-scientists-to-focus-on-future-missions
ବେଙ୍ଗାଲୁରୁ,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ଚନ୍ଦ୍ରଯାନ-୨ ମିଶନର ଲ୍ୟାଣ୍ଡର ବିକ୍ରମ ନିଖୋଜ ହୋଇ ଯାଇଥିଲେ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ ଉତ୍ସାହ କମ ହୋଇ ନାହିଁ। ଗୋଟିଏ ପଟେ ଇସ୍ରୋ ବୈଜ୍ଞାନିକ ବିଶ୍ଳେଷଣ କରୁଛନ୍ତି ଯେ ଲ୍ୟାଣ୍ଡର ବିକ୍ରମ କଣ ପାଇଁ କୋମଳ ଅବତରଣ ବା ସଫ୍ଟ ଲାଣ୍ଡିଂ କରିଲା ନାହିଁ ଅନ୍ୟ ପଟେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ବୈଜ୍ଞାନିକଙ୍କୁ ଭବିଷ୍ୟତର ମିଶନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ବୈଜ୍ଞାନିକଙ୍କ ମନୋବଳ ବଢାଇ ସେମାନଙ୍କୁ କ୍ରମାଗତ ପ୍ରୟାସ ଜାରି ରଖିବାକୁ କହିଥିଲେ। 

ସୂତ୍ର ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନର ପରବର୍ତ୍ତୀ ଦିନ ଇସ୍ରୋ ଅଧ୍ୟକ୍ଷ ମଧ୍ୟ ସୋମବାର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ସମ୍ବୋଧିତ କରିଥିଲେ। ଶିବନ ଚନ୍ଦ୍ରଯାନ-୨କୁ ଅନେକ ଦୃଷ୍ଟିରୁ ସଫଳ ମିଶନ ଦର୍ଶାଇ ବୈଜ୍ଞାନିକଙ୍କୁ ଆଗାମୀ ବଡ଼ ମିଶନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ କହିଛନ୍ତି। ଏହା ସହିତ ଫେଲିୟନ ଆନାଲିସିସ୍ କମିଟି(ଏଫଏସି) ଏହାର ଯାଞ୍ଚ କରୁଛନ୍ତି ଯେ ବିକ୍ରମର ନିର୍ଦ୍ଧାରିତ ମାର୍ଗରେ କେମିତି ପରିବର୍ତ୍ତନ ହେଲା ଏବଂ ଏହା ପରେ ବିକ୍ରମର ହାର୍ଡ ଲାଣ୍ଡିଂ କେମିତି ହେଲା ? 

ଚିନ୍ତା କରନ୍ତୁ ନାହିଁ, ଭବିଷ୍ୟତ ଉପରେ ଧ୍ୟାନ ଦିଅନ୍ତୁ

ଜଣେ ଇସ୍ରୋ ବୈଜ୍ଞାନିକ କହିଛନ୍ତି ଯେ, ଆମର ଅଧ୍ୟକ୍ଷ ଇଣ୍ଟରନାଲ ନେଟଓ୍ଵର୍କ ଜରିଆରେ ଆମକୁ ସମ୍ବୋଧିତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଚନ୍ଦ୍ରଯାନ-୨ ଅର୍ବିଟର ସାଇନ୍ସରେ ୧୦୦ ପ୍ରତିଶତ ସଫଳ ରହିଛି ଏବଂ ଲାଣ୍ଡିଂ ଟେକ୍ନୋଲୋଜି ୯୫ ପ୍ରତିଶତ  ରହିଛି। ସଫ୍ଟ  ଲାଣ୍ଡିଂ ସ୍ଥାନରେ ବିକ୍ରମ ହାର୍ଡ ଲାଣ୍ଡିଂ କରିଛି। ଏହି ବିଷୟରେ ଅଧିକ ଚିନ୍ତା ନକରି ଭବିଷ୍ୟତ ମିଶନ ଉପରେ ଧ୍ୟାନ ଦେବାକୁ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି।