Home > ସଂମ୍ପୂର୍ଣ୍ଣ ଖବର
ମହଙ୍ଗା ହେବ ଟ୍ରେନରେ ଚା ନାସ୍ତା, ଦେଖନ୍ତୁ ନୂଆ ଦରର ତାଲିକା...
Khabar Odisha:national-odisha-4-months-later-you-have-to-pay-more-for-your-tea-and-meals-on-trains
ମୁମ୍ଵାଇ, ନଭେମ୍ଵର ୧୫ (ଖବର ଓଡିଶା) :

 ଏବେ ଟ୍ରେନରେ ଯାତ୍ରା କରିବା ସମୟରେ ଚା ନାସ୍ତା କରିବା ଆପଣଙ୍କୁ ପଡିବ ମହଙ୍ଗା। ରେଲୱେ ବୋର୍ଡରେ ପର‌୍ୟ୍ୟଟନ ଏବଂ ଖାଦ୍ୟପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରରେ ଜଣା ପଡିଛି କି, ରାଜଧାନୀ, ଶତାବ୍ଦୀ ଏବଂ ଦୂରାନ୍ତ ଟ୍ରେନରେ ଚା ନାସ୍ତା, ଖାଦ୍ୟପେୟ ମହଙ୍ଗା ହେବାକୁ ଯାଉଛି। ଏହି ଟ୍ରେନରେ ଟିକେଟ୍ କରିବା ସମୟରେ ଚା ନାସ୍ତା ଏବଂ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବ। ସେହି ସମୟରେ ଅନ୍ୟ ଟ୍ରେନରେ ମଧ୍ୟ ଖାଦ୍ୟପେୟ ମହଙ୍ଗା ରହିବ ବୋଲି ଅନୁମାନ କରାଯାଉଛି। 

ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ମୁତାବକ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ୍ ୧୦ ଟଙ୍କା ସ୍ଥାନରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ। ସେହିପରି ଦୂରନ୍ତ ସ୍ଲିପର କ୍ଲାସରେ ନାସ୍ତା ଖାଦ୍ୟପେୟ ୮୦ ଟଙ୍କାରେ ମିଳୁଥିଲା। ତାହା ଏବେ ପରିବର୍ତ୍ତନ କରାଯାଇ ୧୨୦ ଟଙ୍କା କରାଯାଇଛି। ସେହି ସମୟରେ ସନ୍ଧ୍ୟା ଚାର ଦାମ୍ ୨୦ ଟଙ୍କାର ବୃଦ୍ଧି କରାଯାଇ ୫୦ ଟଙ୍କା କରାଯାଇଛି। 

୪ ମାସ ପରେ ନୂଆ ଦର ଲାଗୁ

ଟ୍ରେନରେ ଟିକେଟିଙ୍ଗ୍ ସିଷ୍ଟମରେ ନୂଆ ମେନ୍ୟୁ ଏବଂ ଏହାର ଦାମ୍ ୧୫ ଦିନରେ ଅପଡେଟ୍ କରାଯିବ। ସେହି ସମୟରେ ୧୨୦ ଦିନ ପରେ ଏହାକୁ ଲାଗୁ କରାଯିବ। ଏହାପରେ ରାଜଧାନୀ ଫାଷ୍ଟ ଏସି କୋଚରେ ଖାଦ୍ୟ ୧୪୫ ଟଙ୍କା ବଦଳରେ ୨୪୫ ଟଙ୍କାରେ ମିଳିବ। ସଂଶୋଧିତ ଦରରେ କେବଳ ପ୍ରିମିୟମ ଟ୍ରେନର ଯାତ୍ରୀ ନୁହଁନ୍ତି ବରଂ ସାଧାରଣ ଲୋକ ପ୍ରଭାବିତ ହେବେ। ଏତଦ୍ ବ୍ୟତୀତ ରେଗୁଲାର ମେଲ ଓ ଏକ୍ସପ୍ରେସ ଟ୍ରେନରେ ଶାକାହାରୀ ଭୋଜନ ୫୦ ଟଙ୍କା ବଦଳରେ ୮୦ ଟଙ୍କାରେ ମିଳିବ। ଇଣ୍ଡିଆନ ରେଲୱେ କେଟରିଙ୍ଗ୍ ଏବଂ ଟୁରିଜିମ୍ କର୍ପୋରେଶନ ରେଳ ଯାତ୍ରୀଙ୍କୁ ଏଗ୍ ବିରିୟାନୀ ୯୦ ଟଙ୍କା ଓ ଚିକେନ ବିରିୟାନୀ ୧୧୦ ଟଙ୍କାରେ ମିଳିବ। ରେଗୁଲାର ଟ୍ରେନରେ ୧୩୦ ଟଙ୍କାରେ ଚିକେନ କରି ପରଷା ଯିବାର ବ୍ୟବସ୍ଥା ରହିଛି।