Home > ସଂମ୍ପୂର୍ଣ୍ଣ ଖବର
ଅଯୋଧ୍ୟା ମାମଲା : ମୁସଲିମ ପକ୍ଷର ଯୁକ୍ତି- ହିନ୍ଦୁ ପକ୍ଷ ପାଖରେ ନାହିଁ ଜମିର ମାଲିକାନା ହକ୍
Khabar Odisha:national-odisha-ayodhya-land-dispute-case-supreme-court-hearing-21st-day
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା) :

  ସୁପ୍ରିମକୋର୍ଟରେ ଆଜି ଅଯୋଧ୍ୟାର ରାମ ମନ୍ଦିର ଓ ବାବରୀ ମସଜିଦ ମାମଲାର ୨୧ତମ ଦିନର ଶୁଣାଣୀ ଚାଲିଛି। ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣୀ କରୁଛନ୍ତି। ଶୁଣାଣୀ ସମୟରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି କି, ଲାଇଭ୍ ଷ୍ଟ୍ରମିଙ୍ଗ ଦାବୀ କରିଥିବା ଜନହିତ ଯାଚିକାରେ ସେପ୍ଟେମ୍ବର ୧୬ରେ ଶୁଣାଣୀ କରାଯିବ। ତେବେ ପୂର୍ବତନ ଆରଏସଏସ ବିଚାରକ କେ ଏନ ଗୋବିନ୍ଦାଚାର‌୍ୟ୍ୟଙ୍କ ଯାଚିକାରେ ଅଯୋଧ୍ୟା ମାମଲାରେ ଶୁଣାଣୀର ସିଧାପ୍ରସାରଣ କିମ୍ବା ରେକଡିଙ୍ଗ୍ ପାଇଁ ଦାବୀ କରାଯାଇଥିଲା। 

ଆଜି ମୁସଲିମ ପକ୍ଷ ଉପସ୍ଥାପନ କରିବା ସମୟରେ ରାଜୀବ ଧାବନ କହିଛନ୍ତି କି, ରାମଲଲା ବିରାଜମାନଙ୍କ ନିକଟରେ ଜମିର ମାଲିକାନା ହକ ନାହିଁ। ୧୮୫୫ରୁ ନିର୍ମୋହୀ ଆଖଡା ରାମ ଚବୁତରରେ ପୂଜା କରି ଆସୁଛନ୍ତି। ରାମ ଚବୁତରରେ ପୂଜା କରିବା ଅଧୀକାରକୁ କେହି ମନା କରି ନାହଁନ୍ତି। କିନ୍ତୁ ସେଠାରେ ମାଲିକାନା ହକ ନିର୍ମୋହୀ ଆଖଡା ପାଖରେ ନୁହେଁ ବରଂ ଆମ ପାଖରେ ଅଛି।