Home > ସଂମ୍ପୂର୍ଣ୍ଣ ଖବର
ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛାମୃତ୍ୟୁ କାମନା କଲେ ନବମ ଶ୍ରେଣୀ ବାଳକ
Khabar Odisha:national-odisha-bhagalpur-9th-class-student-sought-mercy-death-from-president
ଭାଗଲପୁର, ଜୁଲାଇ ୨୧ (ଖବର ଓଡିଶା) :

ବିହାରର ଭାଗଲପୁର ଜିଲ୍ଲାର ଜଣେ ୧୫ ବର୍ଷିୟ ନାବାଳକ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛାମୃତ୍ୟୁ ପାଇଁ ଦାବୀ କରିଛନ୍ତି । କହଲଗାଁଓ ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମ ନିବାସୀ ମନୋଜ କୁମାର ମିତ୍ରାଙ୍କ ପୁତ୍ର କୃଷ କୁମାର ମିତ୍ରା ପାରିବାରିକ କଳହରରେ ଅଶାନ୍ତି ହୋଇ ରଷ୍ଟ୍ରପତିଙ୍କୁ ଏଭଳି ପତ୍ର ଲେଖିଛନ୍ତି । ସେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ, ବିହାରର ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ଅଧିକାରୀଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି । 

ତେବେ ଏହି ବାଳକଙ୍କର ଚିଠି ମିଳିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଏହି ମାମଲାର ଯାଂଚ୍ କରୁଛନ୍ତି । କୃଷ ଅଭିଯୋଗ ଆଣିଛନ୍ତି କି, ତାଙ୍କ ମା ତାଙ୍କୁ ପ୍ରତାଡିତ କରିବା ସହିତ ବିଭିନ୍ନ ପ୍ରକାରର ଅସାମାଜିକ ଧମକ ଦେଉଛନ୍ତି । ଯାହା ଫଳରେ ସେ ଅଶାନ୍ତିରେ ରହୁଛନ୍ତି । ତାଙ୍କ ପିତା କ୍ୟାନସରରେ ପୀଡିତ । ତାଙ୍କ ପିତା ଗ୍ରାମୀଣ ବିକାଶ ବିଭାଗର ଦେବଘରରେ ଜିଲ୍ଲା ପ୍ରବନ୍ଧକ ରୂପରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମା ସୁଜାତା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପାଟନାରେ ସହାୟକ ପ୍ରବନ୍ଧକ ପଦରେ କାର୍ଯ୍ୟରତ ଅଛନ୍ତି । କୃଷ ନିଜ ପିତାଙ୍କ ସହ ରୁହନ୍ତି । କାରଣ ତାଙ୍କ ପିତାମାତାଙ୍କ ମଧ୍ୟରେ ବହୁ ଦିନ ହେଲା କଳହ ଲାଗି ରହିଛି ।