Home > ସଂମ୍ପୂର୍ଣ୍ଣ ଖବର
କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ: ୧୧୯ ଜଣଙ୍କ ନାମରେ ମାମଲା
Khabar Odisha:national-odisha-fir-against-119-people-who-said-against-kerala-cm-pilarai-bijayan
କେରଳ, ଜୁନ ୧୩(ଖବର ଓଡିଶା):

ଗତ ତିନି ବର୍ଷ ମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିଲାରାଇ ବିଜୟନଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପଶବ୍ଦ କହିବା ଅଭିଯୋଗରେ ୧୧୯ଜଣ ବ୍ୟକ୍ତିଙ୍କ ନାମରେ ମାମଲା ହୋଇଛି । ଏହାକୁ ଖୋଦ କେରଳ ସରକାର ବିଧାନସଭାରେ ପ୍ରକାଶ କରିଛନ୍ତି । ତେବେ ବିରୋଧୀ ଦଳ ଏହି ପ୍ରସଙ୍ଗରେ ପିଲାରାଇଙ୍କୁ ଘେରିବା ଆରମ୍ଭ କରିଦେଲେଣି ।

ଏହି ମାମଲାକୁ ଗତ ମଙ୍ଗଳବାର ଦିନ ବିଧାନସଭାରେ ଉଠାଯାଇଥିଲା । ବିରୋଧୀ ନେତା ରମେଶ ଚିନ୍ନିତଲା ଏହି ପ୍ରସଙ୍ଗକୁ ନେଇ ପିଲାରାଇଙ୍କୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଠାରେ କେହି ମୁହଁ ଖୋଲି ପାରୁନାହାନ୍ତି । ଯିଏ ଖୋଲୁଛି ତାଙ୍କୁ ଗିରଫ କରାଯାଉଛି । ପୋଲିସରେ ଅଭିଯୋଗ କଲେ ବି କିଛି ହେଉନାହିଁ ।

ତଥ୍ୟାନୁସାରେ ମାମଲା ହୋଇଥିବା ୧୧୯ଜଣଙ୍କ ମଧ୍ୟରୁ ୧୨ଜଣ ହେଉଛନ୍ତି ସରକାରୀ କର୍ମଚାରୀ । ୨୦୧୮ରେ ଜଣେ ୪୫ ବର୍ଷିୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଫଟୋ ପୋଷ୍ଟ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

  • Tags: