Home > ସଂମ୍ପୂର୍ଣ୍ଣ ଖବର
ସୀମାରେ ସେନାର ତତ୍ପରତା ପରେ ନେପାଳ ସୀମାଦେଇ ଭାରତକୁ ଆତଙ୍କୀଙ୍କୁ ପଠାଉଛି ପାକିସ୍ତାନ
Khabar Odisha:national-odisha-indian-army-is-on-alert-on-loc-pakistan-sending-terrorists-through-nepal-border
ନୂଆଦିଲ୍ଲୀ,ମେ୧୫(ଖବର ଓଡ଼ିଶା):

ପୁଲଓ୍ଵାମା ହମଲା  ପରଠୁ  ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ଜାରି ରହିଛି। ଭାରତୀୟ ସେନା କୌଣସି ଅନୁପ୍ରବେଶକୁ ରୋକିବା ପାଇଁ ସର୍ବଦା ସଜାଗ ହୋଇ ରହିଛି। ତେଣୁ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରିବା ପାଇଁ ନୂଆ ନୂଆ ତରିକା ଆପଣେଇବାକୁ ପଡୁଛି। 

ଗୁଇନ୍ଦା ରିପୋର୍ଟରେ ଖୁଲାସା ହୋଇଛି ଯେ,  ପାକିସ୍ତାନ ଏଥର ନେପାଳ ବର୍ଡର ଜରିଆରେ ଆତଙ୍କୀକୁ ଅନୁପ୍ରବେଶ କରାଇବାକୁ ରାସ୍ତା ଖୋଲୁଛି। ସୁତ୍ର ମୁତାବକ ନିକଟରେ ତିନି ଆତଙ୍କୀ ନେପାଳ ବର୍ଡର ଜରିଆରେ ଭାରତରେ ଅନୁପ୍ରବେଶ କରିବାକୁ ସଫଳ ହୋଇଛନ୍ତି। ଅନୁପ୍ରବେଶ କରି ତିନି ଆତଙ୍କୀ ଉତ୍ତର କାଶ୍ମୀରର ବାନ୍ଦିପୋରାରେ ପହଞ୍ଚିଛନ୍ତି। ସେମାନଙ୍କୁ ବାନ୍ଦିପୋରା ପର‌୍ୟ୍ୟନ୍ତ ପହଞ୍ଚାଇବାର କାମ ସାଜିଦ ମୀର ଓରଫ ହାଇଦର ନାମକ ଜଣେ ଆତଙ୍କୀ କରାଇଛି। 

ଗୁଇନ୍ଦା ରିପୋର୍ଟର ଅନୁସାରେ, ସାଜିଦ ମୀର ନାମକ ଆତଙ୍କୀ କାଶ୍ମୀରର ସ୍ଥାନୀୟ ସୋପୋରରେ ସକ୍ରିୟ।  ସାଜିଦ ନିଜର ଅନ୍ୟ ସାଥୀଙ୍କ ସହିତ ନେପାଳର କାଠମାଣ୍ଡୁ ପହଞ୍ଚିଥିଲା ଏବଂ ସେଠାରୁ ତିନି ପାକିସ୍ତାନୀ ଆତଙ୍କୀକୁ ନେଇ ଉତ୍ତର କାଶ୍ମୀରର ବାନ୍ଦିପୋରା ପହଞ୍ଚିଲା। 

ନେପାଳରୁ ଭାରତରେ ଅନୁପ୍ରବେଶର ଆଲୋଚନା କରାଯାଏ, ତେବେ ନେପାଳରୁ ଭାରତକୁ ଅନୁପ୍ରବେଶ କରିବାକୁ ରାସ୍ତା ନଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୭ ଏବଂ ୧୮ ମଧ୍ୟରେ ନେପାଳ ରାସ୍ତା ଦେଇ ଆତଙ୍କବାଦୀ ଅନୁପ୍ରବେଶ କରିବାର କୌଣସୀ ଘଟଣା ପ୍ରକାଶ ପାଇ ନାହିଁ। ଚଳିତ ବର୍ଷ ପ୍ରଥମ ଥର ନେପାଳ ରାସ୍ତାରେ ଆତଙ୍କବାଦୀ ଅନୁପ୍ରବେଶ କରିବା ମାମଲାରୁ ପର୍ଦ୍ଦା ଉଠିଛି । ଅର୍ଥାତ୍ ଅନୁପ୍ରବେଶ କରିବାକୁ ପାକିସ୍ତାନ ଏକ ନୂଆ ରାସ୍ତା ବାଛି ନେଇଛି। ଯଦି ଚଳିତ ବର୍ଷରେ ଅନୁପ୍ରବେଶ କରାଯିବା କଥା କୁହାଯାଏ ତେବେ ଅପ୍ରେଲ ମାସରେ ଜଣେ ମାତ୍ର ଅନୁପ୍ରବେଶକାରୀ ଭାରତ ମଧ୍ୟକୁ ପ୍ରବେଶ କରିବା ପାଇଁ ସାହସ କରି ନାହାଁନ୍ତି । କିନ୍ତୁ ଦେଖିବାକୁ ଗଲେ ପ୍ରତିବର୍ଷ ଶୀତ ଦିନେ ତୁଷାରପାତ ସମୟରେ ଅପ୍ରେଲ ମାସରେ ପାକିସ୍ତାନ ତରଫରୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରନ୍ତି। 

ଗତ ୧୦ ବର୍ଷ କଥା ଦେଖିବାକୁ ଗଲେ ୨୦୧୦ରୁ ୨୦୧୯ ପର‌୍ୟ୍ୟନ୍ତ ସମୁଦାୟ ୨୭୨୦ରୁ ଅଧିକ ଥର ଆତଙ୍କୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦୦ରୁ ଅଧିକଙ୍କର ପ୍ରୟାସକୁ ସେନା ଅସଫଳ କରି ଦେଇଛି। 

  • Tags: