Home > ସଂମ୍ପୂର୍ଣ୍ଣ ଖବର
ମମତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଚେତାବନୀ, ଟିଏମସି ଗୁଣ୍ଡା ମୂର୍ତି ଭାଙ୍ଗୁଛନ୍ତି ଓ ଶ୍ରୀ ରାମ ନାରା ଉପରେ ରୋକ ଲଗାଉଛନ୍ତି
Khabar Odisha:national-odisha-lok-sabha-chunav-2019-yogi-adityanath-attacks-on-mamata-banerjee-tmc-over-clash-in-amit-shah-rally
ନୂଆଦିଲ୍ଲୀ, ମଇ ୧୫ (ଖବର ଓଡିଶା) :

କୋଲକାତାରେ ମଙ୍ଗଳବାର ଦିନ ହୋଇଥିବା ହିଂସାକୁ ନେଇ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । କୋଲକାତାରେ ତାଙ୍କ ରାଲିର ମଂଚ ଭଙ୍ଗାଯିବା ଏବଂ ରାଲି ରଦ୍ଦ ହେବା ଖବର ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିଷ୍ପତି ନେଇଛନ୍ତି କି, କିଛି ବି ହୋଇଗଲେ ମଧ୍ୟ ରାଲି ରଦ୍ଦ ହେବ ନାହିଁ । ଏହା ପରେ ପଶ୍ଚିମବଙ୍ଗର ବାରାସାତରେ ରାଲି ସମୟରେ ମଂଚରୁ ଆଦିତ୍ୟନାଥ କହିଛନ୍ତି କି, କୋଲକାତାରେ ମଧ୍ୟ ରାଲି ହେବ । 

ବାରାସାତ ମଂଚରୁ ସେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି କି, ଅମିତ ଶାହାଙ୍କ ରାଲି ସମୟରେ ହୋଇଥିବା ହିଂସା ମମତାଙ୍କ ଶେଷ ଭୁଲ୍ ଥିଲା । ବିଜେପି ଦ୍ୱାରା ଭୟଭୀତ ହୋଇ ମମତା ପଶ୍ଚିମବଙ୍ଗରେ ମଂଚ ଭାଙ୍ଗିଛନ୍ତି, ଦିନ ମଜୁରିଆଙ୍କୁ ପିଟିଛନ୍ତି । ସେ ରାଲି ଗୁଡିକ ରଦ୍ଦ କରି ଏଠାରେ କଣ କରିବାକୁ ଚାହୁଁଛନ୍ତି? ମନେ ରଖନ୍ତୁ ଏହା ଭାରତର ଏକ ଅଭିନ୍ନ ଅଙ୍ଗ । 

ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କବିତା ସେୟାର କରି ଲେଖିଛନ୍ତି କି, ଭାରତ ରତ୍ନ ଶ୍ରୀ ବାଜପେୟୀଙ୍କ କବିତା ସ୍ମରଣୀୟ । ଦିଦି ଯାହା ବି କରନ୍ତୁ ତାଙ୍କର ବିଦାୟ ସୁନିଶ୍ଚିତ । ଯୋଗୀ ବିଦ୍ୟା ସାଗରଙ୍କ ମୂର୍ତି ଭାଙ୍ଗିବାକୁ ନେଇ ମଧ୍ୟ ମମତା ଏବଂ ଟିଏମସି ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ଟିଏମସି ଯାହାର ସମର୍ଥନ କରୁଛି, ସେମାନେ ମୂର୍ତି ପୂଜାକୁ ମାନୁ ନାହାଁନ୍ତି । ଟିଏମସି ଗୁଣ୍ଡା ମୂର୍ତି ସବୁ ଭାଙ୍ଗୁଛନ୍ତି । ସେମାନେ ହିଁ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତି ଭାଙ୍ଗିଥିଲେ । ସେମାନେ ଜୟ ଶ୍ରୀ ରାମ ନାରା ଉପରେ ମଧ୍ୟ ରୋକ ଲଗାଉଛନ୍ତି । ଦୂର୍ଗା ପୂଜା ଏବଂ ସରସ୍ୱତୀ ପୂଜାକୁ ନେଇ ମଧ୍ୟରେ ତାଙ୍କର ଅସୁବିଧା ରହିଛି ।