Home > ସଂମ୍ପୂର୍ଣ୍ଣ ଖବର
ଅଯୋଧ୍ୟା ମାମଲା : ଖାରଜ ହେଲା ନିର୍ମୋହୀ ଆଖଡା ଓ ସୁନ୍ନୀ ୱକ୍ଫ ବୋର୍ଡର ଯାଚିକା
Khabar Odisha:national-odisha-ram-janmbhoomi-babri-masjid-dispute-ayodhya-verdict-live-supreme-court-to-rule-on-land-dispute-today
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ବହୁ ପ୍ରତିକ୍ଷିତ ଅଯୋଧ୍ୟା ବିବାଦର ସୁପ୍ରିମକୋର୍ଟରେ ଆଜି ଚୂଡାନ୍ତ ନିଷ୍ପତ୍ତି ହେଉଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାରେ ଶୁଣାଣି କରୁଛନ୍ତି। ଏହି ମାମଲାରେ ଏବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିଷ୍ପତ୍ତି ପଢିବା ଆରମ୍ଭ କରି ଦେଲେଣି। ପ୍ରଥମେ ମୁଖ୍ୟ ନ୍ୟାୟାଧୀଶ ଶିୟା ୱକ୍ଫ ବୋର୍ଡର ଯାଚିକା ଖାରଜ କରି କହିଛନ୍ତି ଯେ, ଇତିହାସ ଜରୁରୀ କିନ୍ତୁ କାନୁନ ସବୁଠାରୁ ଉପରେ। ଅଧାରାତ୍ରୀରେ ବିବାଦୀୟ ପ୍ରତିମା ରଖାଯାଇଥିଲା ବୋଲି ସିଜେଆଇ କହିଛନ୍ତି। 

ସିଜେଆଇ ରାୟ ପଢିବା ସମୟରେ କହିଛନ୍ତି ଯେ, ସମସ୍ତ ଧର୍ମକୁ ସମାନ ଦୃଷ୍ଟିରେ ରଖିବା ସରକାରଙ୍କ କାମ। ଅଦାଲତ ଅସ୍ଥା ଠାରୁ ଉପରେ ଏକ ଧର୍ମନିରପେକ୍ଷ ସଂସ୍ଥା। ୧୯୪୯ରେ ଅଧାରାତ୍ରୀରେ ଏଠାରେ ପ୍ରତିମା ରଖାଯାଇଥିଲା। ରାମ ଜନ୍ମଭୂମି ଜଣେ ନ୍ୟାୟିକ ବ୍ୟକ୍ତି ନୁହଁନ୍ତି। ସେହି ସମୟରେ ସିଜେଆଇ ରାମ ଲଲା ବିରାଜମାନଙ୍କୁ କାନୁନ ମାନ୍ୟତା ଦେଇଛନ୍ତି। କିନ୍ତୁ ରାମଜନ୍ମଭୂମିକୁ ନ୍ୟାୟିକ ମାନ୍ୟତା ଦିଆଯାଇ ନାହିଁ। 

ରଞ୍ଜନ ଗୋଗୋଇ କହିଛନ୍ତି ଯେ, ବିବାଦୀୟ ଭୂମିକୁ ଖୋଳାଯାଇଥିବା ସମୟରେ ଏଠାରୁ ମିଳିଥିବା ଢାଞ୍ଚା ଅଣଇସଲାମିକ ଥିଲା। ଆମେ ଏଏସଆଇର ଦାବି ଖାରଜ କରିପାରିବୁ ନାହିଁ। ଏଏସଆଇ ମଧ୍ୟ କହିଛି ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ ହୋଇଛି। ଏଏସଆଇକୁ ମନ୍ଦିର ଥିବା ମଧ୍ୟ ପ୍ରମାଣ ମିଳିଛି। ମନ୍ଦିର ଏବଂ ମସଜିଦ ମଧ୍ୟରେ ୪୦୦ ବର୍ଷର ଅନ୍ତର ରହିଛି। ସେହି ସମୟରେ ନିର୍ମୋହୀ ଆଖଡାର ମଧ୍ୟ ଦାବି ଖାରଜ କରାଯାଇଛି। କାରଣ ନିର୍ମୋହୀ ଆଖଡା ଓ ସୁନୀ ୱକ୍ଫ ବୋର୍ଡର କୌଣସି ନ୍ୟାୟିକ ମାନ୍ୟତା ନାହିଁ।