Home > ସଂମ୍ପୂର୍ଣ୍ଣ ଖବର
ମହଙ୍ଗା ପଡ଼ିଲା ପ୍ଲେନ୍‌ ହାଇଜାକ୍‌ର ଗୁଜବ ସୃଷ୍ଟି, ଆଜୀବନ ଜେଲ ଦଣ୍ଡ ସହ ୫ କୋଟି ଟଙ୍କା ଜୋରିମାନା
Khabar Odisha:nia-awards-life-term-to-Birju-Salla-and-also-fines-him-Rs-5-crore-who-had-created-a-hijack-scare
ନୂଆଦିଲ୍ଲୀ, ଜୁନ ୧୨ (ଖବର ଓଡ଼ିଶା):

ବିମାନ ହଇଜାକ୍‌ ନେଇ ଗୁଜବ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି । ଏଣ୍ଟି-ହାଇଜେକିଙ୍ଗ ଆଇନ କଡ଼ା ନିୟମ ଅନୁଯାୟୀ ବିରଜୁ ସଲ୍ଲାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହିତ ୫ କୋଟି ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡ଼ିବ । ମାମଲାର ଶୁଣାଣୀ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହି ରାୟ ଦେଇଛନ୍ତି । 

୨୦୧୭ରେ ଜେଟ୍‌ ଏୟାର ୱେଜ୍‌କୁ ଧମକ ପୂର୍ଣ୍ଣ ଚିଠି ଦେଇଥିବା ମାମଲାର ଶୁଣାଣୀ ହୋଇଛି । ଏଣ୍ଟି-ହାଇଜେକିଙ୍ଗ ଆକ୍ଟ-୨୦୧୬ ଅନୁସାରେ ଅଭିଯୁକ୍ତ ବିରଜୁ ସଲ୍ଲାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ମାମଲାର ଶୁଣାଣୀ କରି ବିଚାରପତି ଏମ୍‌ କେ ଦବେ ୫ କୋଟି ଆର୍ଥିକ ଦଣ୍ଡ ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ରାଶିରୁ ପାଇଲଟ୍‌ଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ । ଏହା ସହିତ ୨ ଜଣ ପ୍ଲାଇଟ୍‌ ଆଣ୍ଟେଡଟସ୍‌ଙ୍କୁ ୫୦-୫୦ ହଜାର ଏବଂ ସମସ୍ତଙ୍କ ଯାତ୍ରୀଙ୍କୁ ୨୫ ହଜାର ଲେଖାଏଁ ଟଙ୍କା ଦିଆଯିବ ବୋଲି ଏନ୍‌ଆଇଏ କହିଛନ୍ତି । ପ୍ଲେନ୍‌ ହାଇଜାକ୍‌ ଖବର ଶୁଣି କ୍ରୁ ମେମ୍ବର ଓ ଯାତ୍ରୀଙ୍କୁ ବହୁତ ମାନସିକ ଆଘାତ ମିଳିଥିବା କାରଣରୁ ସେମାନଙ୍କୁ ଏହି ଟଙ୍କା ଦିଆଯିବ । 

୨୦୧୭, ଅକ୍ଟୋବରରେ ମୁମ୍ବାଇ-ଦୁଲ୍ଲୀ ଜେଟ୍‌ ଏୟାରୱେଜ୍‌ର ବିମାନର ଏକ ଶୌଚାଳୟରେ ହାଇଜାକ୍‌ କରିବା ନେଇ ଏକ ଧମକପୂର୍ଣ୍ଣ ଚିଠି ପକାଯାଇଥିଲା । ବିମାନକୁ ହାଇଜାକ୍‌ କରାଯାଇଛି ଏବଂ ସଂପୃକ୍ତ ବିମାନକୁ ପିଓକେ ଆଣିବାକୁ ଚିଠିରେ ଉଲ୍ଲେଖ ଥିଲା । ଯଦି ଲୋକଙ୍କୁ ଆଉ କେଉଁଠି ଓହ୍ଲାଇବାକୁ ଚେଷ୍ଟା କରାଯିବ ତାହା ହେଲେ ସେମାନଙ୍କୁ ହତ୍ୟା କରାଯିବ । ବିମାନର କାର୍ଗୋ ଏରିଆରେ ବମ୍‌ ଥିବା ମଧ୍ୟ କୁହାଯାଇଥିଲା । ଏହା ପରେ ବିରଜ୍‌କୁ ତୁରନ୍ତ ଗିରଫ କରାଯାଇଥିଲା । ପରେ ଏନ୍‌ଆଇଏକୁ ମାମଲା ହସ୍ତାନ୍ତର କରାଯାଇଥିଲା । ଜେଟ୍‌ ଏୟାରୱେଜ୍‌ରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ତାଙ୍କ ସହିତ ରହିବାକୁ ମନା କରିବାରୁ ସେ ଏଭଳି କରିଥିବା ଏନ୍‌ଆଇଏ ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିଲା ।

  • Tags: