Home > ସଂମ୍ପୂର୍ଣ୍ଣ ଖବର
ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ, ପାକିସ୍ତାନର ଆଶଙ୍କା ଭାରତ କରିପାରେ ବଡ ଆକ୍ରମଣ
Khabar Odisha:pakistan-scared-on-the-anniversary-of-pulwama-attack-said-india-is-preparing-to-attack
ପାକିସ୍ତାନ,ଫେବୃଆରୀ ୧୪ (ଖବର ଓଡ଼ିଶା):

ସାରା ଭାରତରେ ପୁଲୱାମା ହମଲାର ଏକ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ, ପଡୋଶୀ ପାକିସ୍ତାନଙ୍କୁ ଘାରିଛି ଭାରତର ଆକ୍ରମଣ ଭୟ । ପାକିସ୍ତାନ ଆଶଙ୍କା କରିଛି ଯେ ଭାରତ କିଛି ଦିନ ମଧ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ । ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଆଏଶା ଫାରୁକି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗୁଛି ତୁର୍କୀ ରାଷ୍ଟ୍ରପତି ରିସେପ ତେୟପ ଏର୍ଦାଗନଙ୍କ ଇସଲାମବାଦ ଗସ୍ତ ସମୟରେ ଭାରତ କିଛି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

ଦ ୱିକ ର ଖବର ଅନୁସାରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଆଏଶା ଫାରୁକି କହିଛନ୍ତି ଭାରତ ଯଦି କୌଣସି ବି ପ୍ରକାରର ଆକ୍ରମଣ କରେ ତେବେ ପାକିସ୍ତାନ ପକ୍ଷରୁ ମଧ୍ୟ ତାହାର ଦୃଢ ଜବାବ ଦିଆଯିବ । କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ତୁର୍କୀ ଉପରେ ପ୍ରତିଶୋଧ ନେଇପାରେ । ତେବେ ତୁର୍କୀର ରାଷ୍ଟ୍ରପତି ପାକିସ୍ତାନ ଗସ୍ତ ପରେ ଇସଲାମବାଦ ଓ ଅଂକାର ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି  ।

ତେବେ ଏତିକି ନୂହେଁ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଆଏଶା ଫାରୁକି କହିଛନ୍ତି ଭାରତ ଆମେରିକା ଠାରୁ ଅନେକ ଅସ୍ତ୍ରଶସ୍ତ୍ର କ୍ରୟ କରୁଛି ଏହି ଅସ୍ତ୍ରଶସ୍ତ୍ରକୁ ଭାରତ ପାକିସ୍ତାନ ବିରୁଦ୍ଧରେ ବ୍ୟବହାର କରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଫାରୁକି ।

  • Tags: