Home > ସଂମ୍ପୂର୍ଣ୍ଣ ଖବର
ଲଗାତର ତୃତୀୟ ଦିନରେ ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍‌
Khabar Odisha:pakistani-drone-spotted-3rd-consecutive-day-in-ferozepur
ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା):

ପଞ୍ଜାବ ଫିରୋଜପୁର ସୀମାରେ ଲଗାତର ତୃତୀୟ ଦିନ ପାଇଁ ପାକିସ୍ତାନୀ ଡ୍ରୋନ୍‌ ଉଡ଼ୁଥିବା ଦେଖାଯାଇଛି । ହୁସେନୱାଲାରେ ସୁରକ୍ଷାବାହିନୀ ଡ୍ରୋନ୍‌ ଠାବ କରିଛନ୍ତି । ଏ ନେଇ ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଡ୍ରୋନ୍‌ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ବୁଧବାର ସନ୍ଧ୍ୟାରେ ଫିରୋଜପୁରର ହୁସୈନୱାଲା ଗାଁରେ ପାକିସ୍ତାନର ଡ୍ରୋନ୍‌ ଉଡ଼ୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ରାତି ପ୍ରାୟ ୭ଟା ୧୫ ମିନିଟ୍‌ରେ ପ୍ରଥମେ ଡ୍ରୋନ୍‌ ଦେଖାଯାଇଥିଲା । ଏହା ପରେ ସୁରକ୍ଷାବାହିନୀଙ୍କ ନଜରରେ ମଧ୍ୟ ପଡ଼ିଥିଲା । ଏହାର ତଦନ୍ତ ଆରମ୍ଭ ହୋଇଛି । ଏହା ପୂର୍ବରୁ ସୋମବାର ଓ ମଙ୍ଗଳବାର ଫିରୋଜପୁରରେ ପାକ୍‌ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ଗୋଟିଏ ମାସ ମଧ୍ୟରେ ଭାରତ ସୀମରେ ଅସ୍ତ୍ରଶସ୍ତ୍ର ଥିବା ଡ୍ରୋନ୍‌କୁ ଠାବ କରାଯାଇଛି । ପଞ୍ଜାବ ପୋଲିସ ଏହାର ତଦନ୍ତ କରୁଛି । 

  • Tags: