Home > ସଂମ୍ପୂର୍ଣ୍ଣ ଖବର
ବିଦେଶୀ ପରାମର୍ଶଦାତା ଚାଲିଗଲେ, ଏବେ ସ୍ଵଦେଶୀ ଏଜେଣ୍ଡା ଉପରେ ମୋଦୀ ସରକାର ?
Khabar Odisha:pm-modi-changes-his-economic-outlook-protectionist-india-returns-after-arvind-subramanians-exit
ଟ୍ରେଣ୍ଟବିଜ୍,ଜୁଲାଇ୧୨(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଯେବେ ଦେଶର କ୍ଷମତାଭାର ସମ୍ଭାଳିଲେ ସେହି ସମୟରେ ସେ ଆର୍ଥିକ ନୀତି ଲାଗୁ କରିବା ପାଇଁ ଆମେରିକାରେ କାମ କରୁଥିବା ଏକାଡେମିକ୍ ଜଗତର ତିନି ଜଣ ବିଦ୍ଵାନଙ୍କ ଉପରେ ଭରସା କରିଥିଲେ। ଏହି ତିନି ଜଣ ଆମେରିକାରେ ଉଦାର ଓ ବୈଶ୍ଵିକ ଆର୍ଥିକ ଏଜେଣ୍ଡା ଉପରେ କାମ କରିଥିଲେ। ଏବେ ମୋଦୀ ସରକାରଙ୍କୁ ପୁରା ୪ ବର୍ଷ ବିତି ସାରିଛି ଏବଂ ସରକାରଙ୍କ ସାମ୍ନାରେ ଆଗାମୀ ସାଧାରଣ ନିର୍ବାଚନରେ ଅନେକ ପ୍ରକାର ଚ୍ୟାଲେଞ୍ଜ ରହିଛି। ମାତ୍ର ଏହି ଚାରି ବର୍ଷରେ ପିଏମ ମୋଦୀଙ୍କ ଆର୍ଥିକ ଏଜେଣ୍ଡାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅତି କମରେ ଏକ ଡର୍ଜନ ସରକାରୀ ଅଧିକାରୀ, ନୀତି ନିର୍ଦ୍ଦେଶକ ଓ ବିଜେପିର ଅନେକ ନେତାଙ୍କ କହିବା କଥା ସରକାରଙ୍କ ପଲିସି ମେକିଙ୍ଗର ଦାୟିତ୍ଵ ଅଧିକ ସମୟ ପିଏମଓ ପାଖରେ ରହିଛି। 

ଏହା ବ୍ୟତୀତ ଦକ୍ଷିଣପନ୍ଥୀ ଓ ରାଷ୍ଟ୍ରବାଦୀ  ଅର୍ଥଶାସ୍ତ୍ରୀଙ୍କ ଏକ ମଣ୍ଡଳୀ ମଧ୍ୟ ନୀତି ସ୍ଥିର କରିବା କାର୍ୟ୍ୟରେ ମଧ୍ୟ ଜୁଟିଛନ୍ତି। ଅଧିକାରୀଙ୍କ କହିବା କଥା ଏହି ତିନି ଜଣ ଅର୍ଥଶାସ୍ତ୍ରୀଙ୍କ ଯିବା ଏହା ଦର୍ଶାଉଛି ଯେ ସରକାର ଏବେ ମୁକ୍ତ ବାଣିଜ୍ୟ ଓ ଖୋଲା ବଜାର ପରିବର୍ତ୍ତେ ଘରୋଇ ଉଦ୍ୟୋଗ ଓ ଚାଷୀଙ୍କ ହିତ ପ୍ରତି ଅଧିକ ଗୁରୁତ୍ଵ ଦେଉଛନ୍ତି। ଅଧିକାରୀଙ୍କ କହିବା କଥା ପିଏମ ମୋଦୀଙ୍କ ଆର୍ଥିକ ଦୃଷ୍ଟିକୋଣ ବର୍ତ୍ତମାନ ଏହା ଯେ ଘରୋଇ ଉଦ୍ୟୋଗକୁ ମଜଭୁତ କରାଯାଉ। ଏହା ଠିକ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଜେଣ୍ଡା  ପରି ହୋଇଛି, ଯାହା ବର୍ତ୍ତମାନ ଘରୋଇ ଶିଳ୍ପ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। 

ଏହି ପୁରା ପ୍ରସଙ୍ଗରେ ଆର୍ଥିକ ମନ୍ତ୍ରଣାଳୟର ମୁଖପାତ୍ର କୌଣସି ଟିପ୍ପଣୀ ଦେବାକୁ ମନା  କରି ଦେଇଛନ୍ତି। କେବଳ ଏତିକି ନୁହେଁ ପିଏମଓ ମଧ୍ୟ ଏଥିରେ  ଜଡିତ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ନାହିଁ। ୨୦୧୪ରେ କ୍ଷମତା ସମ୍ଭାଳିବା ପରେ ଆରବିଆଇ ଗଭର୍ଣ୍ଣର ରୂପେ ପିଏମ ମୋଦୀ ରଘୁରାମ ରାଜନଙ୍କୁ ନିଯୁକ୍ତ କରିଥିଲେ ଯିଏ ୨୦୧୬ରେ ଅବସର ନେଇଥିଲେ ଏବଂ ପୁଣି ଥରେ ଚିକାଗୋ  ୟୁନିଭର୍ସିଟି ଚାଲି ଯାଇଥିଲେ। ଏହା ବ୍ୟତୀତ ନୀତି ଆୟୋଗର ଚେୟାରମ୍ୟାନ ଥିବା ଅରବିନ୍ଦ ପାନଗାଢିଆ ୨୦୧୭ରେ ଥିଙ୍କ ଟ୍ୟାଙ୍କକୁ ଛାଡି  ପୁଣି ଥରେ  କୋଲମ୍ବିଆ ୟୁନିଭର୍ସିଟିକୁ ପଢାଇବାକୁ ଚାଲି ଗଲେ। 

ଏହା ପରେ ଗତ ଦିନରେ ଦେଶର ପ୍ରମୁଖ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ମଧ୍ୟ ନିଜର ପରିବାର ସହିତ ସମୟ ବିତାଇବା, ରିସର୍ଚ୍ଚ କରିବା ଏବଂ ଲେଖିବା ନାମରେ ସରକାରଙ୍କୁ ଇସ୍ତଫା ଦେଇଥିଲେ।  ସେ ପୂର୍ବରୁ ମଧ୍ୟ ଇଣ୍ଟର ନ୍ୟାସନାଲ ମନିଟରିଂ ଫଣ୍ଡରେ କାମ କରି ସାରିଥିଲେ। 

  • Tags: