Home > ସଂମ୍ପୂର୍ଣ୍ଣ ଖବର
ଆର୍‌ଏସ୍‌ଏସ୍‌କୁ ଦୀର୍ଘ ୯୦ ବର୍ଷ ହେବ ଟାର୍ଗେଟ୍‌ କରାଯାଉଛି: ମୋହନ ଭାଗବତ
Khabar Odisha:rss-chief-mohan-bhagwat-said-we-have-been-targeted-since-last-90-years
ନାଗପୁର, ଅକ୍ଟୋବର ୨୧ (ଖବର ଓଡ଼ିଶା):

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଆଜି ଏକ ରହସ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସଂଘକୁ ଦୀର୍ଘ ୯୦ ବର୍ଷ ହେବ ଟାର୍ଗେଟ୍‌ କରାଯାଉଛି । କୌଣସି ରାଜନୈତିକ ବ୍ୟକ୍ତି ନୁହଁନ୍ତି ବୋଲି ସେ କହିଛନ୍ତି । କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ । ସମାଜ ଗୋଟିଏ ଏବଂ ସଦାସର୍ବାଦା ଏକ ହୋଇ ରହିବ ବୋଲି ମୋହନ କହିଛନ୍ତି । 

ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି । ମୋହନ ଭାଗବତ ନାଗପୁରରେ ନିଜ ବୁଥରେ ଭୋଟ ପ୍ରଦାନ କରିଛନ୍ତି । ଏହା ପରେ ସେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଦଳକୁ ଟାର୍ଗେଟ୍‌ କରାଯାଉଥିବା କହିଛନ୍ତି । ଦୀର୍ଘ ୯୦ ବର୍ଷ ହେବ ଏହି ପ୍ରକ୍ରିୟା ଚାଲିଛି । ମାତ୍ର ଏଥିରେ କୌଣସି ରାଜନୈତିକ ବ୍ୟକ୍ତି ସଂପୃକ୍ତ ନାହାଁନ୍ତି ବୋଲି ସେ କହିଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ରାଜନୀତି କେନ୍ଦ୍ରିକ ଅଟେ । ମାତ୍ର ସମାଜ ଏକ ଏବଂ ସଦାସର୍ବାଦା ଏକ ହୋଇ ରହିବ ବୋଲି ମୋହନ କହିଛନ୍ତି । ସାବରକରଙ୍କୁ ଭାରତ ରତ୍ନ ଦେବା ପ୍ରଶ୍ନରେ ଭାଗବତ ଏହି ଉତ୍ତର ରଖିଛନ୍ତି । 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସେ ନିଜର ମତ ରଖିଛନ୍ତି । ସେ ନିଜକୁ ଏକ ରାଜନୈତିକ ବ୍ୟକ୍ତି ମାନୁ ନାହାଁନ୍ତି । ତିନି ଦିନ ପରେ ଫଳାଫଳ ଆସିବ ଏବଂ ସେତେବେଳେ ସମସ୍ତଙ୍କୁ ଏ ବାବଦରେ ଜଣାପଡ଼ିଯିବ ବୋଲି ସେ କହିଛନ୍ତି । ନାଗରିକମାନଙ୍କର ଦାୟିତ୍ୱ ହେଉଛି ସେ ଜନପ୍ରତିନିଧିଙ୍କୁ ନିର୍ବାଚିତ କରିବେ । ସେ ଶତ ପ୍ରତିଶତ ମତଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରସଙ୍ଗକୁ ନେଇ ମତଦାନ କରନ୍ତୁ, କୌଣସି ବ୍ୟକ୍ତି କିମ୍ବା ମାହୋଲକୁ ଦେଖି ମତଦାନ ନ କରିବାକୁ ପରାମର୍ଶ ଦେଇଛନ୍ତି ।