Home > ସଂମ୍ପୂର୍ଣ୍ଣ ଖବର
ଘାଟାରେ ଏସବିଆଇ, ସହିଲା ୪୮୭୬ କୋଟି ଟଙ୍କା କ୍ଷତି
Khabar Odisha:sbi-recorded-quarterly-loss-for-third-time-npa-comes-down
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା ):

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୧୮-୧୯ର ପ୍ରଥମ ତିନି ମାସରେ ଏକ ବଡ କ୍ଷତି ସହିଛି । ଏପ୍ରିଲ ଏବଂ ଜୁନ ପାଇଁ ବ୍ୟାଙ୍କ ତରଫରୁ ଜାରି ସୂଚନାରେ ମୋଟ କ୍ଷତି ୪୮୭୫.୮୫ କୋଟି ହୋଇଥିବା କୁହାଯାଇଛି । ଏହା ଲଗାତାର ଭାବେ ତୃତୀୟ ଥର ହୋଇଛି କି ବ୍ୟାଙ୍କର ଆୟ ହ୍ରାସ ପାଇଛି । 

୨୦୧୮ରେ ହୋଇଥିଲା ଲାଭ 

ଆର୍ଥିକ ବର୍ଷ ୨୦୧୮ର ପ୍ରଥମ ତିନି ମାସରେ ଏସବିଆଇର ୨,୦୦୫.୫୩ କୋଟି ଟଙ୍କା ଲାଭ ହୋଇଥିଲା । ଆର୍ଥିକ ବର୍ଷ ୨୦୧୯ର ପ୍ରଥମ ତିନି ମାସରେ କମ୍ପାନୀର ସୁଧ ଆୟ ୨୩.୮ ପ୍ରତିଶତ ବୃଦ୍ଧି ଘଟି ୨୧,୭୯୮ କୋଟିରେ ପହଁଚିଥିଲା । ସେହିପରି ଆର୍ଥିକ ବର୍ଷ ୨୦୧୮ର ପ୍ରଥମ ମାସରେ ବ୍ୟାଙ୍କର ସୁଧ ଆୟ ୧୭,୬୦୬ କୋଟି ରହିଥିଲା । 

ଏନପିଏରେ ହ୍ରାସ

ଜୁନ ତ୍ରୈମାସିକରେ ବ୍ୟାଙ୍କର ଫସି ରହିଥିବା ଲୋନ ଅର୍ଥାତ ଏନପିଏରେ ହ୍ରାସ ପରିଲକ୍ଷିତ ହୋଇଛି । ବ୍ୟାଙ୍କ ଅନୁସାରେ ଜୁନରେ ଏହାର ଗ୍ରସ୍ ଏନପିଏ ୨,୧୨୮୩୯.୯୨ କୋଟି ରହିଥିଲା । ଏହା ପୂର୍ବରୁ ମାର୍ଚ୍ଚରେ ବ୍ୟାଙ୍କର ଗ୍ରସ ଏନପିଏ ୨୨୩୪୨୭.୪୬ କୋଟି ଟଙ୍କା ରହିଥିଲା । 

ସେୟାର ବଜାରରେ ଅସ୍ଥିରତା

ସେୟାର ବଜାରରେ ଏସବିଆଇର ତ୍ରୈମାସିକ ଫଳାଫଳ ଆସିବା ପରେ ସେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି । କମ୍ପାନୀର ସେୟାର ଦର ପୂର୍ବରୁ ୩୨୫ ଟଙ୍କା ପ୍ରତି ସେୟାର ପିଛା ରହିଥିବା ବେଳେ ବର୍ତମାନ ଏହା ୩୧୦ ଟଙ୍କାକୁ ଖସି ଆସିଛି । 

  • Tags: