Home > ସଂମ୍ପୂର୍ଣ୍ଣ ଖବର
ଏସ୍‌ଆଇଙ୍କୁ ଏସ୍‌ଓଜି କମାଣ୍ଡାଣ୍ଟଙ୍କ ଦୁର୍ବ୍ୟବହାର: ଥାନା ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ
Khabar Odisha:si-files-fir-against-sog-commandant-anirudha-singh
ଭୁବନେଶ୍ୱର, ଜୁନ ୧୩ (ଖବର ଓଡ଼ିଶା):

ଟ୍ରେନିଂ ନେଉଥିବାବେଳେ ଏସ୍‌ଓଜି କମାଣ୍ଡାଣ୍ଟ ସବ୍‌ଇନସ୍ପେକ୍ଟର୍‌ଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଏସ୍‌ଓଜି କମାଣ୍ଡାଣ୍ଟ ଆଇପିଏସ୍ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଆସିଛି । ପୀଡ଼ିତ ଟ୍ରେନି ଏସ୍‌ଆଇ ବିଶ୍ୱଜିତ ବେହେରା ଅନ୍‌ଲାଇନ୍‌ରେ ଚନ୍ଦକା ଥାନା ଓ ମାନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି । 

ଏସଓଜି କ୍ୟାମ୍ଫରେ ଟ୍ରେନିଂ ନେଉଥିବା ଘଟଗାଁ ଥାନା ଏସ୍‌ଆଇ ବିଶ୍ୱଜିତ ବେହେରାଙ୍କ ଟ୍ରେନିଂ ଅଫିସର୍‌ ଅନିରୁଦ୍ଧ ସିଂହ ଦୁର୍ବ୍ୟବହାର କରିଛନ୍ତି । ଟ୍ରେନିଂ ବେଳେ ତାଙ୍କୁ ଦୁର୍ବ୍ୟହାର କରାଯାଇଛି । ଏ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ବାହାରକୁ ଛଡ଼ା ଯାଉ ନ ଥିବା ଗତକାଲି ଗଣମାଧ୍ୟମରେ କହିଥିଲେ । ନ୍ୟାୟ ପାଇଁ ସେ ଡିଜିପିଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ । ଏହା ପରେ ସେ ଅନ୍‌ଲାଇନ୍‌ରେ ଅଭିଯୋଗ କରିଛନ୍ତି । ଚନ୍ଦକା ଥାନା ଓ ମାନାବାଧିକାର କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । 

ବିଶ୍ୱଜିତ କହିଛନ୍ତି ଯେ ଟ୍ରେନିଂ ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ କାମାଣ୍ଡାଣ୍ଟ ତାଙ୍କୁ ଅନୁମତି ଦେଉ ନ ଥିବା ସେ କହିଥିଲେ । ଏହା ବଦଳରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ କହିଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଓଜି କମାଣ୍ଡାଣ୍ଟ । ଟ୍ରେନିଂ ନ ନେଇପାରି ଓଲଟା ବରିଷ୍ଠ ଅଧିକାରୀଙ୍କୁ ଏସ୍‌ଆଇ ଦୁର୍ବ୍ୟବହାର କରୁଛନ୍ତି । ପୂର୍ବରୁ ସେ ଦୁଇଥର ଏସଓଜି ଟ୍ରେନିଂ ପାଇଁ ଆସି ଅଧାରୁ ଟ୍ରେନିଂ ଛାଡିଥିବା କହିଛନ୍ତି ଅନିରୁଦ୍ଧ ସିଂ। 

  • Tags: