Home > ସଂମ୍ପୂର୍ଣ୍ଣ ଖବର
ବାଲେଶ୍ୱର: ୨ଟି ସ୍ଥାନରେ ଜମିବାଡ଼ିକୁ ନେଇ ସଂଘର୍ଷ, ୬ ଗୁରୁତର
Khabar Odisha:six-injures-in-group-fight-over-a-land-dispute
ବାଲେଶ୍ୱର, ଜୁନ ୧୨ (ଖବର ଓଡ଼ିଶା):

ବାଲେଶ୍ୱରର ଦୁଇଟି ସ୍ଥାନରେ ଜମିଜମାକୁ ନେଇ ସଂଘର୍ଷ ହୋଇଛି । ଏଥିରେ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ବାଲିଆପାଳ ଥାନା ଅନ୍ତର୍ଗତ ଜମ୍ଭୁରାଇ ଗ୍ରାମରେ ଜମିଜମା ବିବାଦକୁ ନେଇ ଗୋଟିଏ ପରିବାର ଅନ୍ୟ ଏକ ପରିବାର ଉପରକୁ ଆକ୍ରମଣ କରିଛି । ଫଳରେ ମା ଓ ପୁଅଙ୍କ ଆହତ ହୋଇଛନ୍ତି । ଉଭୟଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଭୂପତି ପଣ୍ଡିତଙ୍କ ସ୍ତ୍ରୀ ରାସମଣୀ ପଣ୍ଡିତ ଓ ପୁଅ ଅକ୍ଷୟ ପଣ୍ଡିତ । 

ପୂର୍ବରୁ ଭୂପତି ପଣ୍ଡିତଙ୍କ ତାଙ୍କ ପଡ଼ୋଶୀଙ୍କ ସହିତ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଏ ନେଇ ବାଲିଆପାଳ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । କିନ୍ତୁ ଆଜି ସକାଳେ ଭୂପତି ଘରେ ନ ଥିବା ବେଳେ ପଡ଼ୋଶୀ ପୁଣି ଝଗଡ଼ା ଆରମ୍ଭ କରିଥିଲେ । ତାଙ୍କ ସ୍ତ୍ରୀ ଓ ପୁଅ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ଫଳରେ ରାସମଣୀ ଓ ଅକ୍ଷୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେମାନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏ ନେଇ ଭୂପତି ବାଲିଆପାଳ ଥାନା ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । 

ସେହିପରି କମର୍ଦ୍ଦା ଥାନା ଅନ୍ତର୍ଗତ ଦେଉରା ଗାଁରେ ମଧ୍ୟ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଫଳରେ ଉଭୟ ପକ୍ଷର ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • Tags: