Home > ସଂମ୍ପୂର୍ଣ୍ଣ ଖବର
ଯେତେବେଳେ ପଡିଆରେ ଦର୍ଶକଙ୍କୁ କହିଲେ କୋହଲି, ମୋର ନୁହେଁ ମହମ୍ମଦ ସାମିଙ୍କୁ ପ୍ରଶଂସା କର
Khabar Odisha:sports-odisha-captain-virat-kohli-says-audience-to-praise-mohammad-shami
ଇନ୍ଦୋର, ନଭେମ୍ବର ୧୫(ଖବର ଓଡିଶା):

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସର୍ବଦା ଏପରି କିଛି ନା କିଛି କରିଥାନ୍ତି ଯାହାକୁ ନେଇ ଫ୍ୟାନମାନେ ତାଙ୍କୁ ପ୍ରଶଂସା କରନ୍ତି । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବିରାଟ ସେପରି କିଛି କରି ଦର୍ଶକଙ୍କ ମନ ଜିଣିଛନ୍ତି । 

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ କୋହଲି ଦର୍ଶକଙ୍କୁ ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ଉତ୍ସାହିତ ଓ ପ୍ରଶଂସା କରିବା ପାଇଁ କହୁଥିବା ଦେଖିବାକୁ ମିଳିଛି । ଗତକାଲି ଚା ବିରତି ପୂର୍ବରୁ ଯେତେବେଳେ ଶେଷ ଓଭରରେ ସାମି ବୋଲିଂ କରିବାକୁ ଯାଉଥିଲେ ସେହି ସମୟରେ ଦର୍ଶକମାନେ କୋହଲିଙ୍କ ନାମ ନେଇଥିଲେ । ଏହାପରେ କୋହଲି ଦର୍ଶକଙ୍କ ଆଡେ ହାତ ହଲାଇ ତାଙ୍କ ସ୍ଥାନରେ ବୋଲର ସାମିଙ୍କୁ ଉତ୍ସାହିତ କରିବାକୁ କହିଥିଲେ । କାରଣ ଏହି ଓଭରରେ ସାମି ଆକର୍ଷଣୀୟ ବୋଲିଂ କରି ଲଗାତାର ୨ଟି ୱିକେଟ୍ ଅକ୍ତିଆର କରିଥିଲେ । 

ସାମି ଗୋଟିଏ ଓଭରରେ ମୁଶାଫିକୁର ରହିମ ଓ ମେହେଦି ହସନଙ୍କ ୱିକେଟ୍ ନେଇଥିଲେ । କିନ୍ତୁ ସେ ହାଟ୍ରିକ ନେବାରୁ ବଂଚିତ ହୋଇଥିଲେ । ବିସିସିଆଇ ବିରାଟ କୋହଲିଙ୍କ ଏହି ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ କୋହଲି ଦର୍ଶକଙ୍କୁ ସାମିଙ୍କୁ ଉତ୍ସାହିତ କରିବା ପାଇଁ କହୁଥିବା ଦେଖିବାକୁ ମିଳିଛି । ସାମି ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଛନ୍ତି । ସେ ୧୩ ଓଭରରେ ୨୭ ରନ ଦେଇ ତିନିଜଣ ବାଂଲା ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଛନ୍ତି । 

ସୂଚନାଯୋଗ୍ୟ, ପ୍ରଥମ ଇନିଂସରେ ବାଂଲାଦେଶ ୧୫୦ ରନରେ ଅଲଆଉଟ ହୋଇଯାଇଥିଲା । ଜବାବରେ ଭାରତ ଗୋଟିଏ ୱିକେଟ ହରାଇ ୮୬ ରନ କରିଥିଲା ।

  • Tags: