Home > ସଂମ୍ପୂର୍ଣ୍ଣ ଖବର
ଭବାନୀପଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣା, କଳାହାଣ୍ଡି ପୋଲିସର ଭୂମିକାକୁ ଅଙ୍ଗୁଳି ନିର୍ଦ୍ଦେଶ
Khabar Odisha:state-news-CWC-Confirms-Sexual-Abuse-Of-Minor-Girl-By-Kalahandi-Shelter-Home-Chief
ଭବନୀପଟଣା,ଜୁଲାଇ ୨୧ (ଖବର ଓଡିଶା)

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣା ନୂଆ ମୋଡ ନେଇଛି । ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସଙ୍କ ନାଁରେ ସଙ୍ଗିନ ଅଭିଯୋଗ ହୋଇଛି । ପୀଡିତା ଓ ତାଙ୍କ ମାଆଙ୍କୁ ପଚରାଉଚରା କରିବା ପରେ ବଲାଙ୍ଗିର ସିଡବ୍ଲିସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ପୀଡିତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବାର ପ୍ରମାଣ ମିଳିଛି । ପ୍ରମାଣ ମିଳିଥିବାରୁ କଳାହାଣ୍ଡି ସିଡବ୍ଲୁସିଙ୍କୁ ଏତଲା ପାଇଁ କୁହାଯିବ ବୋଲି ସିଡବ୍ଲୁସି ଅଧ୍ୟକ୍ଷ କହିଛନ୍ତି । ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ପୀଡିତାଙ୍କ ମାଆ । ଏହି ଘଟଣାରେ ପୂର୍ବରୁ ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସକୁ ଅଟକ ରଖାଯାଇଛି । 

ସେପଟେ ଏହି ଘଟଣାରେ ପୋଲିସର ଭୂମିକାକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ପୀଡିତା ଓ ତାଙ୍କ ମାଆକୁ କଳାହାଣ୍ଡି ପୋଲିସ ଅଜ୍ଞାକ ସ୍ଥାନକୁ ନେବା ଅଭିଯୋଗ ହୋଇଛି । ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୀଡିତା ଓ ତାଙ୍କ ମାଆଙ୍କର ସନ୍ଧାନ ପଉନି ସିଡବ୍ଲୁସି । ଅଜ୍ଞାତ ସ୍ଥାନରେ ପୋଲିସର ଜେରାକୁ ବିରୋଧ କରିଛନ୍ତି ସିଡବ୍ଲୁସିର ଅଧ୍ୟକ୍ଷ । ସିଡବ୍ଲିସ ସଦସ୍ୟଙ୍କ କହିବା ଅନୁସାରେ ପୋଲିସ କେବଳ ସିଡବ୍ଲୁସି ସଦସ୍ୟଙ୍କ ଉପସ୍ଥିତିରେ ଜେରା କରିପାରିବ । ସିଡବ୍ଲୁସି ସଦସ୍ୟଙ୍କ ବିନା ଉପସ୍ଥିତିରେ ଜେରା କରିବା ଆଇନ ବିରୋଧୀ । ଏହାସହ ପୋଲିସ ଡ୍ରେସରେ ଛୋଟପିଲାକୁ ଜେରା କରିବା ଆଇନ ବିରୁଦ୍ଧ । ପୋଲିସ ତଦନ୍ତକୁ ଦିବହରା କରିବାକୁ ଚେଷ୍ଟା କରୁଛି । ଦରକାର ପଡିଲେ କଳାହାଣ୍ଡି ଓ ବଲାଙ୍ଗିର ପୋଲିସକୁ ଜଣାଇବୁ ବୋଲି କହିଛନ୍ତି ସିଡବ୍ଲିସି ଅଧ୍ୟକ୍ଷ ।