Home > ସଂମ୍ପୂର୍ଣ୍ଣ ଖବର
ସାମ୍ବାଦିକଙ୍କୁ ଅନୁଭବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ଘଟଣା ପ୍ରତି ନିଶ୍ଚିତ ଦୃଷ୍ଟି ଦେବି କହିଲେ ମୁଖ୍ୟମନ୍ତ୍ରୀ
Khabar Odisha:state-odisha---i-will-see-this-matter-says-Naveen-Patnaik-on-issue-of-MP-Anubhav-Mohanty-misbehave-the-journalist
ଭୁବନେଶ୍ଵର, ନଭେମ୍ବର୦୮(ଖବର ଓଡ଼ିଶା):

ଓଟିଭି କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶୁକ୍ରବାର କହିଛନ୍ତି ଯେ, ନିଶ୍ଚିତ ଭାବେ ଘଟଣା ପ୍ରତି ଦୃଷ୍ଟି ଦେବି। ଦିଲ୍ଲୀରେ ଗଣମାଧ୍ୟମକୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। କାଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହ ସଚିବଙ୍କୁ ସାମ୍ବାଦିକଙ୍କ ଏକ ପ୍ରତିନିଧିଦଳ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହା ସହିତ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇ ମହଲତ ଦିଆଯାଇଥିଲା। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ପକ୍ଷରୁ ଏହି ଟିପ୍ପଣୀ ଆସିଛି। 

ଗଣମାଧ୍ୟମଙ୍କ ପ୍ରତି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ନେଇ ରାଜ୍ୟ ତମାମ  ପ୍ରତିବାଦ କରାଯାଉଛି। ରାଜଧାନୀଠୁ ବ୍ଲକ ପର୍ଯ୍ୟନ୍ତ ସାମ୍ବାଦିକ ପ୍ରତିବାଦ କରୁଛନ୍ତି।  ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି । ଓଟିଭି ଗଣମାଧ୍ୟମ ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଆଜି କେନ୍ଦ୍ରାପଡ଼ା ଥାନାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ମାମଲା ରୁଜ୍ଜୁ କରାଯାଇଛି । 

ଉଲ୍ଲେଖଯୋଗ୍ୟ ଯେ, ଗତ ୫ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାହଛଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଓଟିଭି ଜନପ୍ରତିନିଧି ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିରେ । ଏପରିକି ଗାଳିଗୁଲଚ ମଧ୍ୟ କରିଥିଲେ । ଏହା ସହ ଅନୁଭବ ମହାନ୍ତି ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ବୁମ୍ ଠେଲିବା ସହ ଘୋଷାଡ଼ି ନେଇ ତାଚ୍ଛଲ୍ୟ କରିବା ସହ ତାଳି ମଧ୍ୟ କାରିଥିଲେ । ଗତକାଲି ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ବାଦିକମାନେ କଡା ପ୍ରତିବାଦ କରିଥିଲେ। ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ୟ ପାଇଁ କଡ଼ା କାର୍ୟ୍ୟା  ନୁଷ୍ଠାନ ଦାବୀ କରିଥିଲେ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ ମଧ୍ୟ ଦିଆଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଦାବି କରାଯାଇଥିଲା। ତତ୍ ସହିତ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ ଦାବୀ କରିଥିଲେ ।