Home > ସଂମ୍ପୂର୍ଣ୍ଣ ଖବର
କଟକରେ ବାଇକକୁ ଧକ୍କା ଦେଲା କାର, କେନ୍ଦ୍ରାପଡାରେ ଟ୍ରକରେ ପିଟିହେଲା ଅଟୋ, ୨ ମୃତ
Khabar Odisha:state-odisha-accident-in-cuttack-and-kendrapara-two-died
କଟକ, ଅଗଷ୍ଟ ୧୮(ଖବର ଓଡିଶା):

ରାଜ୍ୟର ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ପ୍ରାଣ ହରାଇଛନ୍ତି  । କଟକ ଜିଲ୍ଲାରେ କାର ବାଇକ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦ୍ରାପଡାରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଆଜି ସକାଳେ କେନ୍ଦ୍ରାପଡା ଜିଲ୍ଲା ପାରାଦ୍ୱୀପ-ଚଣ୍ଡିଖୋଲ ରାସ୍ତାର ଦୁହୁରିଆଟାରେ ଏକ ଟ୍ରକ ଓ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଟ୍ରକକୁ ଅଟୋଟି ପଛରୁ ଧକ୍କା ଦେବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।  ଏହାସହ ତିନି ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ମୃତାହତଙ୍କ ପରିଚୟ ମିଳିପାରି ନାହିଁ ।

ସେହିପରି କଟକ ଜିଲ୍ଲା ନାନ୍ଦୋଳଗଡା ଛକରେ ଏକ କାର ଓ ବାଇକ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଆଉ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।

  • Tags: