Home > ସଂମ୍ପୂର୍ଣ୍ଣ ଖବର
ଜମିବାଡି ବିବାଦର କରୁଣ ପରିଣତି, ଭାଇବୋହୁଙ୍କୁ ହାଣିଲା ଦେଢଶୁର
Khabar Odisha:state-odisha-crime-man-attacked-women-for-property-matter
ନିଆଳି, ଜୁନ ୧୩(ଖବର ଓଡିଶା):

କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜମିବାଡି ବିବାଦକୁ କେନ୍ଦ୍ରକରି ଦେଢଶୁର ତାଙ୍କ ଭାଇବୋହୁକୁ ଆକ୍ରମଣ କରିଛନ୍ତି  ।

ଆଜି ସକାଳେ ନିଆଳି ଥାନା ପହଙ୍ଗ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ଦେଢଶୁର କଟୁରୀରେ ଆକ୍ରମଣ କରିଛନ୍ତି । ଏଥିରେ ମହିଳାଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ଜମିବାଡି ମାମଲାକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି  । ଏନେଇ ନିଆଳି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଦେଢଶୁରଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

  • Tags: