Home > ସଂମ୍ପୂର୍ଣ୍ଣ ଖବର
ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା: ରେଳମନ୍ତ୍ରୀଙ୍କ ସହ କଥାହେଲେ ଧର୍ମେନ୍ଦ୍ର
Khabar Odisha:state-odisha-dharmendra-pradhan-talks-to-piyush-goel-over-samaleswari-express-accident
ରାୟଗଡା, ଜୁନ ୨୫(ଖବର ଓଡିଶା):

ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାରେ ତିନିଜଣ ରେଳ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏନେଇ କେନ୍ଦ୍ର ଇସ୍ପାତ ଏବଂ ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ କଥା ହୋଇଥିବା କହିଛନ୍ତି ।

ଧର୍ମେନ୍ଦ୍ର ଟ୍ୱିଟ ଯୋଗେ କହିଛନ୍ତି ଯେ, ଏହି ଘଟଣା ଉପରେ ସେ ନଜର ରଖିଛନ୍ତି । କାମ କରୁଥିବା ବେଳେ ରେଳ କର୍ମଚାରୀଙ୍କ ମୃତ୍ୟୁ ଦୁଃଖଦ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ । ଏହାସହ ସେ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ କଥା ହୋଇଛନ୍ତି । ଯାତ୍ରୀ ସୁରକ୍ଷିତ ଥିବା ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ କହିଥିବା ସେ ଉଲ୍ଲେଖ କରିଛନ୍ତି ।

 

  • Tags: