Home > ସଂମ୍ପୂର୍ଣ୍ଣ ଖବର
ବର୍ଷା ଓ ଘଡଘଡି: ଅପରାହ୍ନ ୪ଟା ୧୫ ଯାଏଁ ୮ ଜିଲ୍ଲାକୁ ସତର୍କ ସୂଚନା
Khabar Odisha:state-odisha-heavy-rain-and-thundering-to-8-district-till-4-30pm-today
ଭୁବନେଶ୍ୱର, ଅଗଷ୍ଟ ୧୮(ଖବର ଓଡିଶା):

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନୀ ରହିଛି ।

ସେହିପରି ଖୋର୍ଧା, ନୟାଗଡ, ଗଂଜାମ, ଗଜପତି, କଟକ , ପୁରୀ, ରାୟଗଡା ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ଆଜି ଏହି ସବୁ ଜିଲ୍ଲାରେ ଅପରାହ୍ନ ୪ଟା ୧୫ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏପରିକି ବଜ୍ରପାତ ହେବାନେଇ ଆଶଙ୍କା ରହିଛି । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

  • Tags: