Home > ସଂମ୍ପୂର୍ଣ୍ଣ ଖବର
୨ଦିନ ଯାଏଁ ପ୍ରବଳ ବର୍ଷିବ, ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Khabar Odisha:state-odisha-heavy-rain-due-to-low-pressure
ଭୁବନେଶ୍ୱର, ଅଗଷ୍ଟ ୧୮ (ଖବର ଓଡିଶା) :

 ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଅଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ୨ଦିନ ଯାଏଁ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରୀ କରାଯାଇଛି । 

ପ୍ରବଳ ବର୍ଷା ଆଶଙ୍କା କରି ଆଂଚଳିକ ପାଣିପାଗ କେନ୍ଦ୍ର ୫ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି । କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି । ସେହିଭଳି ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ରାୟଗଡା,  କୋରାପୁଟ, ବଲାଙ୍ଗିର, ସୋନପୁର, ବରଗଡ, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ପ୍ରବଳ ବର୍ଷା କାରଣରୁ ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।